କରୋନା ଭାଇରସ ବାୟୁରେ ୧୦ ମିଟର ଯାଏଁ ବ୍ୟାପିପାରେ
ନୂଆଦିଲ୍ଲୀ : କରୋନା ଭାଇରସ ମୁକାବିଲା ଲାଗି ସରକାର ‘ଇଜି ଟୁ ଫଲୋ’ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ, କରୋନା ଭାଇରସ ବାୟୁରେ ୧୦ ମିଟର ଯାଏଁ ବ୍ୟାପିପାରେ । ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ବିଜୟ ରାଘବନଙ୍କ କାର୍ଯ୍ୟାଳୟ ତରଫରୁ ଗୁରୁବାର କୁହାଯାଇଛି ଯେ, କୋଭିଡ-୧୯ରେ ପୀଡ଼ିତ ବ୍ୟକ୍ତିର ଛିଙ୍କରେ ବାହାରୁଥିବା ଡ୍ରପଲେଟସ ୨ ମିଟର ନୁହେ, ଏହା ୧୦ ମିଟର ଦୂର ପର୍ଯ୍ୟନ୍ତ ଯାଇପାରେ ।
ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ନିଜର ଇଜି ଟୁ ଫଲୋ ଆଡଭାଇଜରିରେ କହିଛନ୍ତି ଯେ, ସଂକ୍ରମଣ ରୋକନ୍ତୁ, ମହାମାରୀକୁ ସମାପ୍ତ କରନ୍ତୁ, ଏସଏଆରଏସ୍-କୋଭି-୨ ଭାଇରସକୁ ବ୍ୟାପିବାରୁ ରୋକିବା ଲାଗି ମାସ୍କ ପିନ୍ଧନ୍ତୁ । ସାମାଜିକ ଦୂରତା ରକ୍ଷା କରନ୍ତୁ, ସ୍ୱଚ୍ଛତା ରଖିବା ଏବଂ ଶ୍ୱାସକ୍ରିୟା ପାଇଁ ଖୋଲା ସ୍ଥାନର ବ୍ୟବହାର କରନ୍ତୁ ।