ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ବାଳକ / ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନ (ଆସନ୍ତା କାଲି ସେମିଫାଇନାଲ ମ୍ୟାଚ)
ବାରିପଦା : ତା 15/10/2022 ରିଖ – ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ 17 ବର୍ଷରୁ କମ ବାଳକ / ବାଳିକା ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନ ବାଳକ ବିଭାଗରେ ବାରିପଦା ବାଙ୍ଗିରିପୋଷିକୁ 3-1ଗୋଲରେ ପରାସ୍ତ କରିଥିବା ବେଳେ ଶୁଲିଆପଡା ବଡ଼ସାହିକୁ 2-1, ଖୁଣ୍ଟା ବେତନଟୀକୁ 3-2, ଓ ବିଜାତଳା ଜାମଦIକୁ 2-0 ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି I ସେହିପରି ବାଳିକା ବିଭାଗ ଖେଳରେ କୁସୁମୀ ଜାମଦIକୁ 3-0 ଗୋଲରେ ପରାସ୍ତ କରିଥିବା ବେଳେ ବାରିପଦା ବଡ଼ସାହିକୁ 4-0, କୁଳିଅଣା କରଞ୍ଜିଆକୁ 1-0 ଓ ରାରୁଆଁ ମୋରଡାକୁ 1-0 ଗୋଲର ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି I ଆଜିର ଖେଳକୁ ଯଶୋବନ୍ତ ମହାନ୍ତ, ବିଶ୍ୱନାଥ ଦାସ, ଅସିତ ବରୁଣ ପାଲ, ସିଲି ମାଝୀ, ଦିଲ୍ଲୀପ କୁମାର ସେନାପତି, କାପୁରା ମାଝୀ, ନିରଞ୍ଜନ ସିଂ ଦେଓ ସIଚେନ, ରଘୁ ହାଁସଦା, ସIଗେନ ମାଝୀ, ଜଗଜିତ ମାଝୀ ଓ ସୁଧା ରଞ୍ଜନ ମହାକୁଡ଼ ପରିଚାଳନା କରିଥିଲେ I ପୂର୍ବତନ ମନ୍ତ୍ରୀ ତଥା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ରାଜ୍ୟ ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ, ପରିବେଶବିତ ତଥା ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଓ ବାରିପଦା ବ୍ଲକ ଶିକ୍ଷା ଅଧିକାରୀ ପ୍ରଭାତୀ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥି ମଲ୍ଲିକ, ଗଣ ମାଧ୍ୟମ ସଂଯୋଜକ ସୋମନାଥ ସିଂହ, ଶିକ୍ଷକ ଦୀପକ ରାମ ଓ ପ୍ରଦୀପ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଦୁର୍ଗା ଚରଣ ମହାନ୍ତ ଧାରା ବିବରଣୀ ଦେଇଥିଲେ