ନ୍ୟାୟ ପାଇଁ ୩ ସନ୍ତାନକୁ ଧରି ନୀଳଗିରି ଥାନା ଆଗରେ ଧାରଣା; ଆତ୍ମାହୁତି ଚେତାବନୀ
ନୀଳଗିରି : ଯୌତୁକ ଲୋଭରେ ସ୍ୱାମୀ ଓ ଶାଶୁ ଘର ଲୋକଙ୍କ ନିର୍ଯାତନା ସହି ନପାରି ନ୍ୟାୟ ପାଇଁ ୩ସନ୍ତାନକୁ ଧରି ନୀଳଗିରି ଥାନା ସମୁଖରେ ଧାରଣା । ପରେ ଆତ୍ମାହୁତିର ଚେତାବନୀ ।
ସୂଚନା ଯେ, ନୀଳଗିରି ଥାନା ଈଶ୍ୱରପୁର ଫାଣ୍ଡି ତରତୁଆ ଗ୍ରାମ ଶ୍ରୀକାନ୍ତ ଧଳଙ୍କୁ ୨୦୦୮ ମସିହାରେ ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ନନ୍ଦପୁର ଗ୍ରାମର ସଂଯୁକ୍ତା ଧଳଙ୍କୁ ବୈଦିକ ରୀତିରେ ବିବାହ କରିବା ସହ ବରପକ୍ଷ ଦାବି ମୁତାବକ ନଗଦ ୮୦ହଜାର ସହ ସୁନା, ରୁପା ଓ ଅନ୍ୟ ଆସବାବପତ୍ର ଦିଆଯାଇଥିଲା । ବିବାହ ପରେ ସେମାନଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ବିବାହର କିଛି ବର୍ଷ ସୁରୁଖୁରୁରେ ଚାଲିଲା ପରେ ସ୍ୱାମୀ ଓ ଶାଶୁ ଘରର ପରିବାର ଲୋକେ ଏକ ଲକ୍ଷ ଟଙ୍କା ଦାବୀ କରି ମହିଳା ଓ ତାଙ୍କ ସନ୍ତାନକୁ ନିର୍ଯାତନା ଦେଉଥିବାର ଅଭିଯୋଗ ହେଉଛି । ଏ ନେଇ ବିଭିନ୍ନ ସମୟରେ ଦୁଇ ପରିବାର ପକ୍ଷରୁ ମୀମାଂସା ମଧ୍ୟ ହୋଇଛି । ଗତ ମାସ ୧୮ ତାରିଖ ରାତିରେ ସ୍ୱାମୀ ଓ ପରିବାର ଲୋକେ ତାଙ୍କୁ ପିଟାମରା କରିଥିଲେ । ତାଙ୍କୁ ଜୀବନରୁ ମାରିଦେବା ଉଦ୍ୟମ କରୁଥିବା ସମୟରେ ମହିଳାଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ସେଠାକୁ ଆସୁଥିବା ଦେଖୁ ଅଭିଯୁକ୍ତମାନେ ତାଙ୍କୁ ଛାଡ଼ି ଦେଇଥିଲେ । ଖବର ପାଇ ବାପଘର ଲୋକେ ପହଂଚି ମହିଳାକୁ ଉଦ୍ଧାର କରିଥିଲେ । ସ୍ତ୍ରୀ ସଂଯୁକ୍ତା ଭୟଭୀତ ହୋଇ ନୀଳଗିରି ଥାନାରେ ଦ୍ୱାରସ୍ଥ ହୋଇଥିଲେ । ନୀଳଗିରି ପୋଲିସ ପକ୍ଷରୁ ମାମଲା (ନଂ. ୨୭୦) ରୁଜୁ ହୋଇଥିଲା । ହେଲେ ପୋଲିସ ସ୍ୱାମୀଙ୍କୁ ଗିରଫ ନ କରିବାରୁ ସ୍ୱାମୀ ତାଙ୍କୁ ବାରମ୍ବାର ନିର୍ଯାତନା ଦେବାରୁ ଏବାବଦରେ ପୋଲିସକୁ ପଚାରିବାକୁ ନୀଳଗିରି ଏସ୍ଆଇ ସୁବର୍ଷା ବେହେରା ଓଲଟା ଗାଳିଗୁଲୋଜ କରିବା ସହ ଘଟଣାକୁ ଆଗକୁ ନ ବଢ଼ଇବା ପାଇଁ ଚାପ ପକାଉଥିବାରୁ ବାଧ୍ୟ ହୋଇ ଆଜି ନିଜର ପିଲାଛୁଆଙ୍କ ସହ ବାପ ଘର ଲୋକଙ୍କ ସହ ନୀଳଗିରି ଥାନା ଆଗରେ ଧାରଣାରେ ବସିଛନ୍ତି । ଯଦି ପୋଲିସ ନ୍ୟାୟ ନ ଦିଏ ତାହେଲେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି । ଏଥିପାଇଁ ପୋଲିସ ଦାୟୀ ରହିବ ବୋଲି କହିଛନ୍ତି ।
୧- ନୀଳଗିରି- ଗୁରୁବାର- ନୀଳଗିରି ଥାନା ଆଗରେ ଧାରଣା