ରାଜ୍ୟରେ ଆଉ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୦୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୫୧୫୩ କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ୧୦୩ ଆକ୍ରାନ୍ତଙ୍କ ମଧ୍ୟରୁ ୬୧ ଜଣ କ୍ୱାରେଂଟାଇନ (ସଙ୍ଗରୋଧ)ରୁ ଏବଂ ୪୨ ଜଣ ଲୋକାଲ୍ କଂଟାକ୍ଟ (ସ୍ଥାନୀୟ ସମ୍ପର୍କ)ରୁ ରହିଛନ୍ତି । ସେହିପରି ୦ ରୁ ୧୮ ବର୍ଷ ମଧ୍ୟରେ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ନୂଆ ୧୧୩ ଜଣ ସୁସ୍ଥ ହେବା ପରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୫୩୧୮ ରେ ପହଂଚିଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୮୩ ରହିଛି ।
ରାଜ୍ୟରେ ନୂଆ ଚିହ୍ନଟ ହୋଇଥିବା ୧୦୩ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ୱର ଜିଲାରେ ୧୧, ବରଗଡ଼ ଜିଲାରେ ୬, ଭଦ୍ରକ ଜିଲାରେ ୧, ବଲାଙ୍ଗିର ଜିଲାରେ ୧, କଟକ ଜିଲାରେ ୧୦, ଦେବଗଡ଼ ଜିଲାରେ ୧, ଗଞ୍ଜାମ ଜିଲାରେ ୧, ଜଗତସିଂହପୁର ଜିଲାରେ ୨, ଯାଜପୁର ଜିଲାରେ ୧, କଳାହାଣ୍ଡି ଜିଲାରେ ୨, କନ୍ଧମାଳ ଜିଲାରେ ୨, କେନ୍ଦୁଝର ଜିଲାରେ ୨ ଏବଂ ଖୋର୍ଦ୍ଧା ଜିଲାରେ ୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲାରେ ୧, ମୟୂରଭଞ୍ଜ ଜିଲାରେ ୩, ନବରଙ୍ଗପୁର ଜିଲାରେ ୩, ନୂଆପଡାରେ ଜିଲାରେ ୬, ପୁରୀ ଜିଲାରେ ୬, ସମ୍ବଲପୁର ଜିଲାରେ ୩, ସୁନ୍ଦରଗଡ଼ ଜିଲାରେ ୧୭ ଓ ଷ୍ଟେଟ ପୁଲରେ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।