ପଶ୍ଚିମବଙ୍ଗର ବର୍ନପୁରରେ ୨୦୦ ବେଡ୍ ବିଶିଷ୍ଟ କୋଭିଡ୍ ସେଂଟରର ଲୋକାର୍ପିତ
- ଇସ୍ପାତ୍ ଉତ୍ପାଦନ ସହ ଦେଶର ଅକ୍ସିଜେନ୍ ଆବଶ୍ୟକତା ପୂରଣ କରୁଛନ୍ତି ଇସ୍ପାତ୍ ପ୍ଲାଂଟ୍ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ : ଦେଶର ଇସ୍ପାତ୍ କାରଖାନ ଗୁଡିକ ଇସ୍ପାତ୍ ଉତ୍ପାଦନ ସହ ଦେଶର ଅକ୍ସିଜେନ୍ ଆବଶ୍ୟକତା ପୂରଣ କରୁଛନ୍ତି ବୋଲି ବୁଧବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ପଶ୍ଚିମବଙ୍ଗର ବର୍ନପୁର ଠାରେ ସେଲର ଇସ୍କୋ ଇସ୍ପାତ୍ କାରଖାନା ଦ୍ୱାରା ନିର୍ମିତ ଅକ୍ସିଜେନ୍ ସଂଯୁକ୍ତ ୨୦୦ ବେଡ ବିଶିଷ୍ଟ କୋଭିଡ୍ କେୟାର ସେଂଟରର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ନପୁର ଠାରେ ସେଲର ଇସ୍କୋ ଷ୍ଟିଲ ଦ୍ୱାରା ୫୦୦ ଶଯ୍ୟା ବିଶିଷ୍ଟ ବୃହତ କୋଭିଡ୍ କେୟାର ସେଂଟରରେ ପ୍ରଥମ ପର୍ଯ୍ୟାୟରେ ୨୦୦ଟି ବେଡ୍ ପ୍ରତିଷ୍ଠା ହୋଇଛି । ଖୁବ ଶୀଘ୍ର ଅଧିକ ୩୦୦ କୋଭିଡ୍ ବେଡର ବ୍ୟବସ୍ଥା କରାଯାଉଛି । ବର୍ନପୁରର ଏହି କୋଭିଡ କେୟାରରେ ସେଲ୍ ଦ୍ୱାରା ଗ୍ୟାସୀୟସ ଅକ୍ସିଜେନ, ପାନୀୟ ଜଳ ଯୋଗାଇବା ସହ ବିଦ୍ୟୁତିକରଣର ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ପଶ୍ଚିମବଙ୍ଗର ବର୍ନପୁର ଏବଂ ପଶ୍ଚିମବଙ୍ଗର ବର୍ଦ୍ଧମାନ କ୍ଷେତ୍ରର ସ୍ଥାନୀୟ ଲୋକମାନେ ଉପକୃତ ହୋଇପାରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ୟାସୀୟସ ଅକ୍ସିଜେନ୍ ଥିବା ପ୍ଲାଂଟ୍ ନିକଟରେ କୋଭିଡ୍ କେୟାର ସେଂଟର ପ୍ରତିଷ୍ଠା ପାଇଁ ଆହ୍ୱାନ କରିଥିବା ବେଳେ ସେଲର ଏହି ପଦକ୍ଷେପ ପ୍ରଶଂସନୀୟ । ଏହି ଅବସରରେ ବର୍ନପୁର କୋଭିଡ୍ କେୟାର ସେଂଟରରେ ଟେଷ୍ଟିଂ ସୁବିଧାର ବ୍ୟବସ୍ଥା କରିବା ତଥା ଅନ୍ୟ ଇସ୍ପାତ୍ କାରଖାନା ଠାରେ ମଧ୍ୟ ଟ୍ରେସିଂ, ଟେଷ୍ଟିଂ ଏବଂ ଟ୍ରିଟମେଂଟକୁ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ସେଲ୍ ମ୍ୟାନେଜମେଂଟ କୁ ପରାମର୍ଶ ଦେଇଥିଲେ ଶ୍ରୀ ପ୍ରଧାନ । ଇସ୍ପାତ୍ ଶିଳ୍ପ ବିଶେଷ ଭାବରେ ସେଲ ବର୍ତମାନର ମହାମାରୀ ସମୟରେ ବିଶେଷ ଭାବରେ ଜୀବନ ରକ୍ଷାକାରୀ ଲିକୁଇଡ ମେଡ଼ିକାଲ ଅକ୍ସିଜେନ୍ ଯୋଗାଉଥିବାରୁ ଏବଂ ଏଥିପାଇଁ ଦିନରାତି କାମ କରୁଥିବାରୁ କେନ୍ଦ୍ରମନ୍ତ୍ରୀ ଏହାକୁ ପ୍ରଂଶସା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସକ୍ରିୟ ନେତୃତ୍ୱ ଏବଂ ସମସ୍ତ ସରକାରଙ୍କ ପଦକ୍ଷେପ ଦ୍ୱାରା କୋଭିଡ ମୁକାବିଲାକୁ ମଜବୁତ୍ କରିପାରିବା । ଶ୍ରୀ ପ୍ରଧାନ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ସେଲକୁ ଇସ୍ପାତ କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ପରିବାର, ଶ୍ରମିକ ଏବଂ ଖଣି ଅଂଚଳରେ କାମ କରୁଥିବା ଲୋକଙ୍କୁ ଟିକା ଦେବା ପାଇଁ ଦାୟିତ୍ୱ ନେବା ଉପରେ ମତପ୍ରକାଶ କରିଥିଲେ ।ପଶ୍ଚିମବଙ୍ଗର ବର୍ନପୁରରେ ୨୦୦ ବେଡ୍ ବିଶିଷ୍ଟ କୋଭିଡ୍ ସେଂଟରର ଲୋକାର୍ପିତ