ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ବିଶ୍ୱ ହୃଦୟ ଦିବସ ପାଳିତ
ଖନ୍ତାପଡ଼ା : ବାହାନଗା ବ୍ଲକ ଗୋପାଳପୁରରେ ଥିବା ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟ ପରିସରରେ ଆଜି ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ ପାରାମେଡିକାଲ୍ସ ତରଫରୁ ବିଶ୍ୱ ହୃଦୟ ଦିବସ ପଳନ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ଧ୍ରୁବଚରଣ ସାଉ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପାରାମେଡ଼ିକାଲର ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟକ୍ଷେତ୍ରରେ ସାଧାରଣଲୋକଙ୍କୁ ସଚେତନ କରିବା, ରୋଗୀ ସେବାକୁ ନିଜ ଜୀବନର ବ୍ରତ ଭାବେ ସଂକଳ୍ପ ନେବା, ସମାଜକୁ ସୁସ୍ଥ ରଖିବା କୁ ରୋଗମୁକ୍ତ କରିବା ଏବଂ ନିଶାସେବନ ଠାରୁ ଦୂରେଇ ଦେବା ପାଇଁ ଶପଥ ଗ୍ରହଣ କରିଥିଲେ । ପରେ ଛାତ୍ରଛାତ୍ରୀ ଙ୍କୁ ନେଇ ସ୍ୱାସ୍ଥ୍ୟସେବା ସମ୍ପର୍କିତ ବିଭିନ୍ନ ପ୍ଲାକାର୍ଡ଼ ଧରି ଅନୁଷ୍ଠାନରୁ ଗୋପାଳପୁର ବଜାର ପର୍ଯ୍ୟନ୍ତ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ପରେ କେନ୍ଦ୍ରର ମୁଖ୍ୟ ଧ୍ରୁବ ଚରଣ ସାଉ ପୈାରହିତ୍ୱରେ ଏକ ସଭା ଅନୁୁଷ୍ଠିତ ହୋଇଥିଲା । ମୁଖ୍ୟ ଡାକ୍ତର ନିତ୍ୟାନନ୍ଦ ସାଉ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ବହୁ ଉପାଦେୟ ପରାମର୍ଶ ଦେଇଥିଲେ । ଅଧ୍ୟାପକ ଶୁକ୍ଲାଂଶୁ ଶେଖର ଦାଶ ପିଲାମାନଙ୍କୁ ରୋଗର ନିରାକରଣ ବାବଦରେ ବର୍ଣ୍ଣନା କରିଥିଲେ । ସ୍କୁଲ ଅଫ ପାରା ମେଡିକାଲ୍ସ ପରିଚାଳନା ବିଭାଗର ମୁଖ୍ୟ ରାକେଶ କୁମାର ଦାସ ଛାତ୍ରଛାତ୍ରୀ ସୁସ୍ଥ ସମାଜ ଓ ସାଧାରଣ ଲୋକଙ୍କର ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ପାରା ମେଡ଼ିକାଲର ଅଧ୍ୟାପିକା ପୂଜା ପ୍ରିୟଦର୍ଶନ ରାଉତ ଓ ଅଙ୍କିତା ପ୍ରିୟଦର୍ଶନୀ ଦାସ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାସ୍ଥ୍ୟପ୍ରତି ଯତ୍ନନେବା ପାଇଁ କାର୍ଯ୍ୟକ୍ରମରେ କୁଇଜ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଥିଲା । କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅମର ଶତପଥି, ପ୍ରିତିରଞନ ନନ୍ଦ, ନରୋତ୍ତମ ବେହେରା, ପ୍ରିତମ କୁମାର ରଣା, ଜିତେନ୍ଦ୍ର ଶତପଥି ଓ ମାଳତି ମାଡାମ, ଶୁଭ୍ରାଲିପ୍ସ ବାରିକ, ପ୍ରଶାନ୍ତ ସେଠୀ ପ୍ରମୁଖ ପରିଚାଳନା କରିଥିଲେ ।