କଂଗ୍ରେସର ବସ୍ତା ବ୍ଲକ ଘେରାଓ ବିକ୍ଷୋଭ; ଦାବୀ ପୂରଣ ନ ହେଲେ ପୁଣି ଆନ୍ଦୋଳନ
ବସ୍ତା : ବାଲେଶ୍ୱର ଜିଲା ଅନ୍ତର୍ଗତ ବସ୍ତା ବ୍ଲକ ସମ୍ମୁଖରେ ଗୁରୁବାର କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶାସକ ଦଳ ସହ ସଲାସୁତୁରା କରି ବ୍ଲକ ପ୍ରଶାସନର ପାତରଅନ୍ତର ନୀତିକୁ ବିରୋଧ ହୋଇଛି । ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ, ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା, ନଦୀରେ ଜଳ ନିଷ୍କାସନ ବ୍ୟବସ୍ଥା ଆଦି ୫ ଦଫା ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।
ଦଳୀୟ ନେତା ଓ କର୍ମୀ ମାନେ ଇଶ୍ୱରବର୍ତ୍ତୀ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ବରିଷ୍ଠ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପିସିସି ମୁଖପାତ୍ର ସୁଦର୍ଶନ ଦାସ ଓ ବିଧାନସଭା କ୍ଷେତ୍ର ନେତା ବିଜନ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ ସଭାରେ ବ୍ଲକ ସଭାପତି ସତ୍ୟନାରାୟଣ ଗୁପ୍ତା ସଭାପତିତ୍ୱ କରିଥିଲେ । ଜିଲା ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଯେନା ମଞ୍ଚ ପରିଚାଳନା କରିଥିଲେ । ଜିଲା ସଭାପତି ସଞ୍ଜୀବ ଗିରି, ଉପ-ସଭାପତି ମନୋଜ କୁମାର ମହାନ୍ତି, ଡା. ନଗେନ୍ଦ୍ର କୁମାର ସିଂହ, ବାଲିଆପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ନାୟକ, ବ୍ଲକ ଉପସଭାପତି ଜୟନ୍ତ କୁମାର ମହାପାତ୍ର, କିଶୋର ପାଳ, ପ୍ରଭାଶ ମଣ୍ଡଳ, ଜିଲା ସମ୍ପାଦିକା ପ୍ରଣତି ସାହୁ, ସୁକାନ୍ତି ଭକ୍ତା, ସମ୍ପାଦକ ରବୀନ୍ଦ୍ର ଭଞ୍ଜ, ଜଳେଶ୍ୱର ବ୍ଲକ କଂଗ୍ରେସ ସଭାପତି ରାଜୀବ ପରିଡ଼ା, ପୂର୍ବତନ ସମିତିସଭ୍ୟ ରବିନ୍ଦ୍ର ଦାସ, ସରପଞ୍ଚ କରୁଣାକର ମଲିକ ଓ ଅମିତ୍ ବିଶ୍ୱାଳ, ଅଞ୍ଜଳି ପ୍ରଧାନ, ଅରୁଣ ଜେନା, ନୀରଞ୍ଜନ ବେହେରା, ସୁଦାମ ପାତ୍ର, ପୂର୍ବତନ ସମିତି ସଭ୍ୟ କମଳ ଲୋଚନ ଜେନା, ଯୁବନେତା ଜଗଦୀଶ ସାହୁ, ଅବିନାଶ ନାୟକ ଓ ଜଗନ୍ନାଥ ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଜେଡି ସରକାରଙ୍କ ବିରୁଦ୍ଧରେ ଖୁବ୍ ବର୍ଷିଥିଲେ । ଶେଷରେ ବିଡ଼ିଓ ଜ୍ଞାନରଞ୍ଜନ ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ତହସିଲଦାର କାର୍ତ୍ତିକ କୁମାର ଦାସ, ଏସ୍ଡିପିଓ ଜଳନ୍ଧର ଜାଲି ଓ ଆଇଆଇସି ବାରିଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।