ଚଣ୍ଡୀ ପାଠ ଓ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ମା’ ଶାରଳା ପୀଠ
ଜଗତସିଂହପୁର : ନବରାତ୍ର ପୂଜାର ଆଜି ତୃତୀୟ ଦିନ। ଏଥିପାଇଁ ଚଳଚଞ୍ଚଳ ଜଗତସିଂହପୁର ଜିଲା ଝଙ୍କଡ଼ ସ୍ଥିତ ମା’ ଶାରଳା ପୀଠ। ଚଣ୍ଡୀ ପାଠ ଓ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ ।
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ପାର୍ବଣ ପୂଜା ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପି ମାଆଙ୍କ ପୀଠରେ ଅନୁଷ୍ଠିତ ହେବ। ଏହି ଅବସରରେ ମାଆ ଶାରଳାଙ୍କୁ ବିଭିନ୍ନ ବେଶରେ ସୁସଜ୍ଜିତ କରାଯିବା ସହ ମାଆଙ୍କ ପୀଠରେ ପ୍ରତିଦିନ ଷୋଡଶ ଉପଚାର ପୂଜା ଓ ଚଣ୍ଡୀ ପାଠ ଆଦି କରାଯାଉଛି । ମାଆଙ୍କ ଦର୍ଶନ ଝଙ୍କଡ଼ ଶାରଳା ପୀଠକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି।