ଆଜି ଉନ୍ମୋଚନ ହେବ ପ୍ରଧାନମନ୍ତ୍ରୀଙ୍କ ନୂଆ ବହି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚୟନିତ ଭାଷଣର ସଂଗ୍ରହ ଏକ ପୁସ୍ତକ ଆକାରରେ ପ୍ରକାଶ ପାଇବାକୁ ଯାଉଛି । ‘‘ସବ୍କା ସାଥ ସବ୍କା ବିକାଶ ସବ୍କା ବିଶ୍ୱାସ’’ ଶୀର୍ଷକ ଏହି ପୁସ୍ତକର ଉନ୍ମୋଚନ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ୱାରା ଶୁକ୍ରବାର ରଙ୍ଗ ଭବନ ଅଡିଟୋରିୟମରେ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ମେରୁ ୨୦୨୦ ମେ ମଧ୍ୟରେ ଦେଇଥିବା ଭାଷଣକୁ ନେଇ ଏହା ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟକ୍ରମର କେରଳର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ମୁଖ୍ୟ ଅତିଥି ଏବଂ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ସମ୍ମାନିତ ଅତିଥି ଭାବେ ଯୋଗଦେବେ । କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ତଥା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏହି କାର୍ଯ୍ୟକ୍ରମର ଆୟୋଜକର ଭୂମିକା ଗ୍ରହଣ କରିବେ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂକ୍ଷିପ୍ତ ଭାଷଣର ଏହା ସଙ୍କଳନ ୧୩୦କୋଟି ଭାରତୀୟଙ୍କ ଆଶା ଏବଂ ଆକାଂକ୍ଷା ମାଧ୍ୟମରେ ‘ନ୍ୟୁ ଇଣ୍ଡିଆ’ର ନିର୍ମାଣ ସାରସଂଗ୍ରହ ଅଟେ ।‘ଜନ ଭାଗିଦାରୀ – ସଭିଙ୍କୁ ସାଥୀରେ ନେଇ ଚାଲିବା’- ଏହି ଚିନ୍ତାଧାରା ଓ ଦୃଷ୍ଟିଭଙ୍ଗୀକୁ ପ୍ରାପ୍ତ କରିବାର ମୁଖ୍ୟ ଆଧାର ଅଟେ, ସାମୁହିକ ବିଶ୍ୱାସ ଏବଂ ସଙ୍କଳ୍ପ ମାଧ୍ୟମରେ ସମନ୍ୱିତ ବିକାଶ ।
ଏହି ପୁସ୍ତକରେ ବିଭିନ୍ନ ବିଷୟ ଉପରେ ଏକ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଦେଇଥିବା ୮୬ଟି ଭାଷଣ ରଖାଯାଇଛି । ଏଥିରେ ଆତ୍ମନିର୍ଭର ଭାରତ : ଅର୍ଥବ୍ୟବସ୍ଥା, ଜନ ପ୍ରଥମ ଶାସନ, କୋଭିଡ୍ -୧୯ ବିପକ୍ଷରେ ସଂଗ୍ରାମ, ବିକାଶଶୀଳ ଭାରତ : ବିଦେଶୀ ବ୍ୟାପାର, ଜୟ କିଶାନ, ଟେକ୍? ଇଣ୍ଡିଆ –ନ୍ୟୁ ଇଣ୍ଡିଆ, ହରିତ ଭାରତ-ସହନଶୀଳ ଭାରତ- ସ୍ୱଚ୍ଛ ଭାରତ, ସ୍ୱସ୍ଥ ଭାରତ, ସକ୍ଷମ ଭାରତ, ସନାତନ ଭାରତ-ଆଧୁନିକ ଭାରତ : ସାଂସ୍କୃତିକ ଐତିହ୍ୟ ଓ ମନ କି ବାତ୍ ଆଦି ବିଭାଗ ରହିଛି । ହିନ୍ଦୀ ସହିତ ଇଂରାଜୀରେ ପ୍ରକାଶିତ ଏହି ପୁସ୍ତକ ସାରା ଦେଶରେ ପ୍ରକାଶନ ବିଭାଗର ବିକ୍ରି କେନ୍ଦ୍ର ଏବଂ ସୂଚନା ଭବନ, ସିଜିଓ କମ୍ପେ୍ଲକ୍ସ, ନୂଆଦିଲ୍ଲୀର ବୁକ୍ ଗ୍ୟାଲେରିରେ ଉପଲବ୍ଧ ହେବ । ପୁସ୍ତକକୁ ପ୍ରକାଶନ ବିଭାଗର ୱେବସାଇଟ୍ ସହିତ ଭାରତକୋଶ ପ୍ଲାଟଫର୍ମ ମାଧ୍ୟମରେ ଅନଲାଇନ୍ ମଧ୍ୟ କିଣା ଯାଇପାରିବ । ଇ-ପୁସ୍ତକ ଆମାଜନ୍ ଓ ଗୁଗଲ୍ ପ୍ଲେରେ ମଧ୍ୟ ଉପଲବ୍ଧ ହେବ ।