ସାଇପ୍ରସ ପ୍ରସଙ୍ଗ ତୁର୍କୀ ପାଇଁ ସବୁଠାରୁ ଅଧିକ ଯନ୍ତ୍ରଣାଦାୟକ : ଜୟଶଙ୍କର
ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭାରେ ତୁର୍କୀ ରାଷ୍ଟ୍ରପତି ରିଚେପ ତାଇପ ଆର୍ଦୋଆନ ଜାମ୍ମୁ କାଶ୍ମୀର ବିରୋଧରେ ବିଷ ଓଗାଳିଛନ୍ତି। ଭାରତ ପକ୍ଷରୁ ଦୃଢ ଆପତ୍ତି ଉଠାଇବା ପରେ ମଧ୍ୟ ଏର୍ଦୋଗାନ ଏହି ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେପଟେ ସାଇପ୍ରସ ପ୍ରସଙ୍ଗରେ ତୁର୍କୀକୁ ଘେରିଛି ଭାରତ ।
ଏର୍ଦୋଗାନଙ୍କ ବିବୃତ୍ତିର କିଛି ଘଣ୍ଟା ମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କ ତୁର୍କୀ ପ୍ରତିପକ୍ଷ ମେଭଲଟ୍ କଭୁସୋଗ୍ଲୋଙ୍କୁ ଭେଟି ସାଇପ୍ରସ୍ ପ୍ରସଙ୍ଗ ଉଠାଇଥିଲେ। ଏହି ବୈଠକ ବିଷୟରେ ସୂଚନା ଦେଇ ଜୟଶଙ୍କର ମଧ୍ୟ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି, ‘ତୁର୍କୀର ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ କରି ତାଙ୍କ ସହ ଅନେକ ପ୍ରସଙ୍ଗରେ କଥା ହୋଇଥିଲେ। ତାଙ୍କ ପ୍ରସଙ୍ଗ ମଧ୍ୟରେ ୟୁକ୍ରେନରେ ସଙ୍କଟ, ଖାଦ୍ୟ ସୁରକ୍ଷା, ଜି୨୦ ଦେଶ ଏବଂ ସାଇପ୍ରସ୍ ପ୍ରମୁଖ ସାମିଲ ରହିଛି।
ସାଇପ୍ରସ ପ୍ରସଙ୍ଗ ତୁର୍କୀ ପାଇଁ ସବୁଠାରୁ ଅଧିକ ଯନ୍ତ୍ରଣାଦାୟକ ରହିଥିଲା। କାଶ୍ମୀରରେ ଭାଷଣ ଦେବା ବଦଳରେ ଭାରତ ଏହି ପ୍ରସଙ୍ଗ ଉପରେ ନିଜର ମନ୍ତବ୍ୟ ଦେଇ ଦମନ କରିଛି। ଭାରତର ଏହି କୂଟନୈତିକ ତୁର୍କୀର କାଶ୍ମୀର କ୍ରୋଧର ଉପଯୁକ୍ତ ଉତ୍ତର ଭାବେ ପରିଗଣିତ କରାଯାଉଛି। ୧୯୭୪ ମସିହାରେ ସାଇପ୍ରସ୍ ସଙ୍କଟ ଆରମ୍ଭ ହୋଇଥିଲା, ଯେତେବେଳେ ତୁର୍କୀ ଏହାର ଉତ୍ତର ଭାଗକୁ ଆକ୍ରମଣ କରି ଦଖଲ କଲା। ସେତେବେଳେ ତୁର୍କିର ପ୍ରତିରକ୍ଷା ବିଭାଗ ଦୁର୍ବଳ ହୋଇ ପଡ଼ିଥିଲା। ସେବେଠାରୁ ଭାରତ ଏହି ପ୍ରସଙ୍ଗ ସପକ୍ଷରେ ରହିଛି ଏବଂ ଜାତିସଙ୍ଘର ସହାୟତାରେ ଏହି ସମସ୍ୟାର ସମାଧାନ କରାଯାଉ।
ସୂଚନାଯୋଗ୍ୟ ସାଇପ୍ରସ ସହିତ ଭାରତ ସବୁବେଳେ ଛିଡ଼ା ହୋଇଛି। ସମ୍ପର୍କକୁ ମଜବୁତ କରିପାରିଛି ଭାରତ। ତେବେ ବିଗତ ୫ ଦଶନ୍ଧିରେ କାଶ୍ମୀର ପ୍ରସଙ୍ଗରେ ଭାରତ ସହିତ ରହିଛି ସାଇପ୍ରସ। ଜୟଶଙ୍କର ଓ ତୁର୍କୀର ବୈଦେଶିକ ମନ୍ତ୍ରୀଙ୍କ ସାକ୍ଷାତ ପୂର୍ବରୁ ଆର୍ଦୋଆନ ସଂଯୁକ୍ତ ରାଷ୍ଟ୍ରକୁ ସମ୍ବୋଦ୍ଧିତ କରି କହିଥିଲେ କି ଭାରତ ଓ ପାକିସ୍ତାନକୁ ସ୍ୱାଧିନତା ଲାଭ କରିବାକୁ ଏହା ମଧ୍ୟରେ ୭୫ ବର୍ଷ ବିତିସାରିଲାଣି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପର୍କରେ ମଜବୁତ ହୋଇପାରିନାହିଁ। ଏହା ନିଶ୍ଚିତ ଭାବେ ଦୁର୍ଭାଗ୍ୟର କଥା। ଆମେ ଆଶା କରିବା କି କଶ୍ମୀର ପ୍ରସଂଗର ସମାଧାନ ହେବ ଏବଂ ଉଭୟ ରାଷ୍ଟ୍ର ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହେବ। ଏଠାରେ କହି ରଖୁ କି ତୁର୍କି ବିଗତ କିଛି ବର୍ଷ ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ କାଶ୍ମୀର ପ୍ରସଙ୍ଗ ଉଠାଇସାରିଛି। ଏହା ପୂର୍ବରୁ ୨୦୨୧ ମସିହାରେ ମଧ୍ୟ ତୁର୍କି କାଶ୍ମିର ପ୍ରସଂଗ ଉଠାଇଥିଲା। ପ୍ରସଙ୍ଗ ଆଳରେ ତୁର୍କି କହିଥିଲା କି ଆମେ ଆଶା କରୁଛୁ କି ଚଳିତ ବର୍ଷ ଉଭୟଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହେବ। ସମ୍ପର୍କରେ ଉନ୍ନତି ଆସିବ। ସେହିପରି ୨୦୨୦ ମସିହାରେ ମଧ୍ୟ ତୁର୍କି ଏହି ପ୍ରସଙ୍ଗ ଉଠାଇ ସାରିଛି।