ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ ହୋଇଥିବା ପ୍ରମୁଖ ବର୍ଷା; ନବରଙ୍ଗପୁରରେ ସର୍ବାଧିକ
ଭୁବନେଶ୍ୱର : ଗତ ୨୪ ଘଂଟାରେ ନବରଙ୍ଗପୁର ଜିଲ୍ଲାର ଡ଼ାବୁଗାଁରେ ସର୍ବାଧିକ ୧୩୫.୨ ମି.ମି. ବର୍ଷା ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡ଼ା ଜିଲାର ଦେଓଗାଁରେ ୭୬.୦, ସମ୍ବଲପୁର ଜିଲାର ଯୁଯୁମରାରେ ୭୦.୮, ସୁନ୍ଦରଗଡ଼ ଜିଲାର ହେମଗିରିରେ ୬୫.୦, ବଲାଙ୍ଗିର ଜିଲାର ସାଲେଭଟା ୫୭.୨, ବଲାଙ୍ଗିର ଜିଲାର ବଲାଙ୍ଗିରରେ ୫୭.୦, ବଲାଙ୍ଗିର ଜିଲାର ବେଲଗାଁରେ ୫୨.୦, ସମ୍ବଲପୁର ଜିଲାର ସମ୍ବଲପୁରରେ ୫୦.୩, ବରଗଡ଼ ଜିଲାର ଅମ୍ବାଭୋନାରେ ୫୦.୦, ନୟାଗଡ଼ ଜିଲାର ବରମୂଳ ୪୯.୦, କଳାହାଣ୍ଡି ଜିଲାର କର୍ଲାମୁଣ୍ଡାରେ ୪୮.୦, କଟକ ଜିଲାର କଂଟାପଡ଼ାରେ ୪୭.୦ ଏବଂ ବଲାଙ୍ଗିର ଜିଲାର ଦେଓଗାଁରେ ୪୭.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।
ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ତାଳଚେରରେ ୩୩.୪ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ନୟାଗଡ଼ରେ ୨୦.୫ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି । ଆଂଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ଜାରୀ ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।