କରୋନା ସମୟରେ ଅଧିକ ସମୟ କାମ କରିବା ଉଚିତ ନୁହଁ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ଜେନିଭା : ଅଧିକ କାମ କରୁଥିବା କର୍ମଚାରୀ ଏବଂ କାମ କରାଉଥିବା ସଂସ୍ଥାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି । ସଂସ୍ଥା ତରଫରୁ କୁହାଯାଇଛି ଯେ, କରୋନା ସଂକଟ କାଳରେ ଏହି ଅଭ୍ୟାସ ଜୀବନ ନେଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଦୀର୍ଘ ସମୟ କାମ କରିବା ଯୋଗୁଁ ଆପଣ ନିଜର ମୂଲ୍ୟବାନ ଜୀବନକୁ ହରାଇପାରନ୍ତି ଏବଂ କରୋନା ସଂକଟ ସମୟରେ ସ୍ଥିତି ଆହୁରି ଅଧିକ ଖରାପ ହୋଇପାରେ ।
ଦୀର୍ଘ ସମୟ ପର୍ଯ୍ୟନ୍ତ କାରମକରୁଥିବା କର୍ମଚାରୀଙ୍କ ଜୀବନକୁ ପହଂଚୁଥିବା କ୍ଷତି ନେଇ ପୂର୍ବର ଅଧ୍ୟୟନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଠାରେ ସେୟାର କରିଛି । ତେଣୁ ଅଭ୍ୟାସରେ ପରିବର୍ତ୍ତନ ଆଣିବା ପାଇଁ ପରାମର୍ଶ ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ୨୦୧୬ ମସିହାରେ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରୁଥିବା ୭ ଲକ୍ଷ ୪୫ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ଏମାନେ ସବୁ ଷ୍ଟ୍ରୋକ ଏବଂ ହୃଦରୋଗୀ ଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଦ୍ୱାରା କରାଯାଇଥିବା ଯୁଗ୍ମ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଧିକାଂଶ ପୀଡିତ (୭୨ପ୍ରତିଶତ) ପୁରୁଷ ଥିଲେ । ମଧ୍ୟମ ଆୟୁବର୍ଗ ଓ ଏହା ଠାରୁ ଅଧିକ ବୟସରେ ଲୋକେ ଶିକାର ହୋଇଥିଲେ । ଅଧ୍ୟୟନର ପ୍ରଭାବ ବହୁ ଦିନ ପରେ ଜଣାପଡ଼ିଥାଏ । ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରିବା ଦ୍ୱାରା ଶରୀର ଉପରେ ପ୍ରଭାବ ପକାଇଥାଏ ।