ରାଜ୍ୟରେ ଆଉ ୧୬୪ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ଉପର ତଳ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୧ଟି ଜିଲାରୁ ଆଉ ୧୬୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୯୭ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୬୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୩ ଜଣ ସଂକ୍ରମିତ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ନୂଆ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ଵର ଜିଲାରୁ ଜଣେ ଥିବାବେଳେ ବରଗଡରୁ ୧ , ଭଦ୍ରକରୁ ୩ , କଟକରୁ ୩୩ , ଦେବଗଡ଼ରୁ ୨, ଢେଙ୍କାନାଳରୁ ୧, ଗଞ୍ଜାମରୁ ୩ ଜଗତସିଂହପୁରରୁ ୩ , ଯାଜପୁରରୁ ୫ ,କଳାହାଣ୍ଡିରୁ ୪,କନ୍ଧମାଳରୁ ୧୦, ଖୋର୍ଦ୍ଧାରୁ ୪୧, କୋରାପୁଟରୁ ୨, ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ୩,ନୟାଗଡରୁ ୫, ନୂଆପଡାରୁ ୩, ପୁରୀରୁ ୧ , ସମ୍ବଲପୁରରୁ ୪ , ସୋନପୁରରୁ ୪ , ସୁନ୍ଦରଗଡ଼ରୁ ୨୧ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ରାଜ୍ୟ ପୁଲରୁ ୮ ପଜିଟିଭ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ୧ ହଜାର ୪୯୯ ସକ୍ରିୟ ମାମଲା ରହିଛି ।
Covid-19 Report For 19th Sept
— I & PR Department, Odisha (@IPR_Odisha) September 20, 2022
New Positive Cases: 164
Of which 0-18 years: 43
In quarantine: 97
Local contacts: 67
(Details of local contacts will be shared by concerned District)
1. Balasore: 1
2. Bargarh: 3
3. Bhadrak: 3
4. Cuttack: 33
5. Deogarh: 2
6. Dhenkanal: 1
ସୂଚନା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩,୩୨,୦୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧,୪୯୯ଟି ସକ୍ରିୟ ସଂକ୍ରମିତ ରହିଥିବା ବେଳେ ୧୩,୨୧,୩୪୪ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩,୩୪,୪୫,୮୧୨ସାମ୍ପୁଲ ଟେଷ୍ଟ୍ ହୋଇଛି ।