ରାଜ୍ୟରେ ଆଜି ୮ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ
ଭୁବନେଶ୍ୱର : ରାଜ୍ୟରେ କରୋନାର ଦୈନିକ ସଂକ୍ରମଣରେ ଲଗାମ ଲାଗୁନାହିଁ । ଭଳି ସ୍ଥିତିରେ ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ବ୍ୟାପକ କରାଯାଇଛି । ଅପରପକ୍ଷରେ ବର୍ତ୍ତମାନ ରାଜ୍ୟରେ ଟିକା ଅଭାବ ଦେଖାଯାଇଛି । ସେପଟେ ସଂକ୍ରମଣକୁ ଏପଟେ ସରକାରଙ୍କ ହଜାର ପଦକ୍ଷେପ ସତ୍ତ୍ୱେ ଟିକା ପରିଚାଳନା ଠିକ୍ ଭାବରେ ହୋଇପାରୁନଥିବାରୁ ଟିକା ଅଭାବ ଯୋଗେ ଆଜି ୮ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ ।
ଆଜି ରାଜ୍ୟର ୮ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ସେଗୁଡିକ ହେଲା ବରଗଡ଼, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ଟିକାକରଣ ବନ୍ଦ ରହିବ । ଟିକା ମିଳିବା ପରେ ଏହି ସବୁ ଜିଲ୍ଲାରେ ପୁଣି ଟିକାକରଣ କାର୍ଯ୍ୟ ହେବ ବୋଲି କୁହାଯାଇଛି । ଗତ ଶନିବାର ସୁଦ୍ଧା ରାଜ୍ୟରେ ଟିକାକରଣ ସଂଖ୍ୟା ୬୫ ଲକ୍ଷ ୬୭ ହଜାର ୪୨୯ରେ ପହଞ୍ଚିଛି ।