ଦେଶର ନୂଆ ଜାତୀୟ ଲଜିଷ୍ଟିକ୍ ପଲିସି ଆରମ୍ଭ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଦେଶର ନୂଆ ଜାତୀୟ ଲଜିଷ୍ଟିକ୍ ପଲିସିକୁ ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଛନ୍ତି । ଏହି ଅବସରରେ ସେ ନୂଆ ନୀତିର ଗୁଣ ବିଷୟରେ ବର୍ଣ୍ଣନା କରି କହିଛନ୍ତି ଯେ, ଜାତୀୟ ଲଜିଷ୍ଟିକ୍ ପଲିସି ପରିବହନ କ୍ଷେତ୍ରର ଚ୍ୟାଲେଞ୍ଜକୁ ସମାଧାନ କରିବା, ଶେଷ ମାଇଲ ପର୍ଯ୍ୟନ୍ତ ଡେଲିଭରିର ଗତିକୁ ବଢ଼ାଇବା ଓ ବ୍ୟବସାୟ ପାଇଁ ଟଙ୍କା ସଞ୍ଚୟ କରିବାକୁ ଯାଉଛି ।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି, ଭାରତ ଆଜି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥ ବ୍ୟବସ୍ଥା । ଆମ ଦେଶ ବଦଳୁଛି । ଏପରି ଏକ ସମୟ ଥିଲା ଯେତେବେଳେ ପାରାମାନଙ୍କୁ ଛଡ଼ାଯାଉଥିଲା, ଆଜି ଚିତା ଛାଡୁଛୁ । ଏହା ସହିତ ମେକ୍ ଇନ୍ ଇଣ୍ଡିଆ ଏବଂ ଭାରତ ଆତ୍ମନିର୍ଭରଶୀଳ ହେବାର ସ୍ୱର ସବୁଆଡେ ରହିଛି । ଭାରତ ବଡ ରପ୍ତାନି ଲକ୍ଷ୍ୟ ସ୍ଥିର କରୁଛି, ସେଗୁଡିକୁ ପୂରଣ ମଧ୍ୟ କରୁଛି । ଭାରତ ଏକ ଉତ୍ପାଦନ ହବ୍ ଭାବରେ ଉଭା ହେଉଛି, ଏହା ଦୁନିଆର ମନରେ ସ୍ଥିର ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ଜାତୀୟ ଲଜିଷ୍ଟିକ୍ ପଲିସି ସମସ୍ତ କ୍ଷେତ୍ର ପାଇଁ ନୂତନ ଶକ୍ତି ନେଇ ଆସିଛି ।
ସେହିପରି ଆଜି ସ୍ୱାଧୀନତାର ଅମୃତ କାଳରେ ଦେଶ ଏକ ବିକଶିତ ଭାରତ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଏହି ସବୁ ସମସ୍ୟାର ସମାଧାନ ଖୋଜିବା, ଭାରତରେ ଶେଷ ମାଇଲ୍ ଡେଲିଭରକୁ ତୀବ୍ର କରିବା, ପରିବହନ ସହ ଜଡିତ ଚ୍ୟାଲେଞ୍ଜଗୁଡିକୁ ଦୂର କରିବା, ଆମର ଶିଳ୍ପଗୁଡିକର ସମୟ ଏବଂ ଅର୍ଥ ସଞ୍ଚୟ କରିବା ପାଇଁ ଏକ ନିରନ୍ତର ପ୍ରୟାସ ଚାଲିଛି । ଏହାର ଗୋଟିଏ ରୂପ ହେଉଛି ଜାତୀୟ ଲଜିଷ୍ଟିକ୍ ପଲିସି । ଯଦି ଜାତୀୟ ଲଜିଷ୍ଟିକ୍ ପଲିସିକୁ ସବୁଠାରୁ ଅଧିକ ସପୋର୍ଟ କାହାଠାରୁ ମିଳିବାକୁ ଯାଉଛି, ତେବେ ଏହା ହେଉଛି ପିଏମ୍ ଗତିଶାକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ୍ । ମୁଁ ଖୁସି ଯେ ଆଜି ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଏଥିରେ ଯୋଗ ଦେଇଛନ୍ତି ଏବଂ ପ୍ରାୟ ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି ।’