ଜେ ଏସ ଡ ବ୍ଲୁ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ହାଇସ୍କୁଲ ପରୀକ୍ଷାରେ କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଧନା
ପାରାଦୀପ : ଜେ ଏସ ଡ ବ୍ଲୁ ପକ୍ଷରୁ ପ୍ରସ୍ତାବିତ ସ୍ଥାନୀୟ ତିନି ପଞ୍ଚାୟତର ହାଇସ୍କୁଲ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଧିତ କରାଯାଇଛି।ଦେବଶିଳ୍ପୀ ବିଶ୍ଵକର୍ମା ପୂଜା ଅବସରରେ ସ୍ଥାନୀୟ ଜଟାଧାର ଭବନ ଠାରେ ଏକ ଉତ୍ସବ ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ସ୍ଥାନୀୟ ପାରାଦୀପ କଲେଜରେ ଅଧକ୍ଷା ଡଃ ଶସ୍ମିତା ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବର୍ତମାନର ଶିକ୍ଷା ବ୍ୟବସ୍ଥା, ବ୍ୟକ୍ତିଗତ ଚରିତ୍ର ଗଠନ, ସକାରାତ୍ମକ ମନୋଭାବ ସମ୍ପର୍କରେ ମତ ଦେଇଥିଲେ। ଏଥି ଅବସରରେ ସ୍ଥାନୀୟ କପ୍ତେଶ୍ବର ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କିଶୋର ବେହେରା ନିଜ ବିଦ୍ୟାଳୟ ତଥା ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ଏଥି ସହିତ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ସମ୍ବର୍ଧନା ଉତ୍ସବରେ ଗଡ଼କୁଜଙ୍ଗ ହାଇସ୍କୁଲର ପ୍ରଦାୟନି ସାହୁ ଚଳିତ ମାଟ୍ରିକ ପରୀକ୍ଷାରେ ନିଜ ବିଦ୍ୟାଳୟ ପାଇଁ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପାର୍ଥସାରଥୀ ଦାସ ଦିତୀୟ,ଶୁଭଲକ୍ଷ୍ମୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ଜେ ଏସ ଡ ବ୍ଲୁ ପକ୍ଷରୁ ଆର୍ଥିକ ରାଶି ପ୍ରଦାନ କରାଯାଇ ସମ୍ବର୍ଧିତ କରାଯାଇଛି। ସେହିପରି କୁଞ୍ଜବିହାରୀ ହାଇସ୍କୁଲ ନୁଆଗାଁର ସଚ୍ଚିଦାନନ୍ଦ ମନ୍ତ୍ରୀ ପ୍ରଥମ, ସତ୍ୟଜିତ ପ୍ରଧାନ ଦିତୀୟ ଓ ସୁଜଳ ଲେଙ୍କା ତୃତୀୟ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି କପ୍ତେଶ୍ବର ହାଇସ୍କୁଲର ଲୀନାରାଶୀ ରାଉତ ପ୍ରଥମ ,ଶୁଭସ୍ମିତା ବେହେରା ଦିତୀୟ ଓ ଶୁଭସ୍ମିତା ଜେନା ତୃତୀୟ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମ ପୁରସ୍କାର ଭାବେ ଦଶ ହଜାର, ଦିତୀୟ ପୁରସ୍କାର ଭାବେ ସାତ ହଜାର ପାଞ୍ଚ ଶହ,ଓ ତୂତୀୟ ପୁରସ୍କାର ଭାବେ ପାଞ୍ଚ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।ଏହି ଅବସରରେ ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ଓ ଶିକ୍ଷା କମିଟି ସଭାପତି ମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏଥି ସହିତ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଙ୍କୁ ମଧ୍ୟ ଜେ ଏସ ଡ ବ୍ଲୁ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ଜେ ଏସ ଡ ବ୍ଲୁ ପକ୍ଷରୁ ଲେଫଟନାଣ୍କ କର୍ଣ୍ଣେଲ ଦାବିନ୍ଦର ସିଂ ସାଙ୍ଗା,କେ ସି ଶ୍ରୀବାସ୍ତବ, ସୁବାଷ ପରିଡ଼ା, ବିଭୁପ୍ରଦ ନନ୍ଦ, ପ୍ରଶାନ୍ତ ପାଟିଲ, ପ୍ରସନ୍ନଜିତ ରାଏ, ଅଭିଜିତ ମହାନ୍ତି, ନରେନ୍ଦ୍ର କୁମାର ବାରିକ, ଅକ୍ଷୟ ପତି, ରାଜକିଶୋର ନାଲା, ସରୋଜିନୀ ଜେନା,ଉଦୟ ସାହୁ, ବିଜୟ ସୁର୍ , ଅନୁରୂପା ପଟ୍ଟନାୟକ,ପିନାକୀ ମହାନ୍ତି, ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ସୁରକ୍ଷା କର୍ମୀ ମାନେ ଉପସ୍ଥିତ ଥିଲେ।