ନାବାଳିକାଙ୍କ ବେକରେ ଛୁରି ଲଗାଇ ୯୦ ହଜାର ଲୁଟ ମାମଲା,ଅଭିଯୁକ୍ତ ଗିରଫ
ବ୍ରହ୍ମପୁର : ଚପଲ ବ୍ୟବସାୟୀଙ୍କ ନାବାଳିକା ଝିଅର ବେକରେ ଛୁରି ଲଗାଇ ୯୦ ହଜାର ଟଙ୍କା ଲୁଟ ମାମଲାର ପର୍ଦାଫାସ କରିଛି ଟାଉନ ଥାନା ପୁଲିସ । ଏହି ଘଟଣାର ଅଭିଯୁକ୍ତ ଖାଜା ସାହିର ଇବ୍ରାହିମ୍ ସରିଫ ଓରଫ ସମୀର(୨୭)କୁ ଗିରଫ କରାଯାଇ ତା’ ନିକଟରୁ ନଗଦ ୩୨ ହଜାର ଓ ଘଟଣାବେଳେ ବ୍ୟବହୃତ ଛୁରି ଜବତ ହୋଇଛି । ପ୍ରକାଶଥାଉକି, ଚଳିତମାସ ୮ ତାରିଖ ଦିନ ୧୧ଟା ୪୦ ବେଳେ ରସିଦ କୌଣସି କାମରେ ନିକଟରେ ଥିବା ବଜାରକୁ ଯାଇଥିବା ବେଳେ ତାଙ୍କ ଦୋକାନ ଖୋଲାଥିଲା ଓ ଉପର ଘର ବେଡରୁମରେ ତାଙ୍କ ଝିଅ ଏକୁଟିଆ ଥିଲା ା ଏହି ସମୟରେ ଟଙ୍କା ଲୁଟ କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ସମୀର ଓ ତାଙ୍କର ଜଣେ ସହଯୋଗୀ ପ୍ରଥମେ ରସିଦଙ୍କ ଦୋକାନକୁ ଯାଇ ପରେ ଉପର ମହଲାରେ ଥିବା ତାଙ୍କ ବେଡରୁମକୁ ଯାଇଥିଲେ ା ବେଡରୁମରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ବିଭିନ୍ନ ସାମଗ୍ରୀ ଫିଙ୍ଗିଫୋପାଡା କରି ଟଙ୍କା ଖୋଜିଥିଲେ ା ସେହି ଘରେ ପଡ଼ିଥିବା ଖଟ ତଳେ ରଖାଯାଇଥିବା ଏକ ପ୍ଲାଷ୍ଟିକ ଜାର ଭିତରେ ୯୦ ହଜାର ଟଙ୍କାକୁ ଅଭିଯୁକ୍ତମାନେ ଠାବ କରିବା ସହ ଟଙ୍କା ନେଇ ଫେରାର ହେବାକୁ ଉଦ୍ୟମ କରିଥିଲେ ା ଏହି ସମୟରେ ରସିଦଙ୍କ ନାବାଳିକା ଝିଅ ସେଠାରେ ପହଞ୍ଚିବା ସହ ଅଭିଯୁକ୍ତଙ୍କୁ ଦେଖି ପାଟି କରିଥିଲେ ା ହେଲେ ଅଭିଯୁକ୍ତ ସମୀର ଏକ ଧାରୁଆ ଛୁରି ବାହାର କରି ନାବାଳିକାଙ୍କ ବେକରେ ଲଗାଇବା ସହ ପାଟି ବନ୍ଦ କରିବାକୁ ଧମକ ଦେଇଥିଲେ । ନାବାଳିକାଙ୍କ ବେକରେ ଛୁରି ବାଜି ସେ ସାମାନ୍ୟ ଆହତ ହେବା କ୍ଷଣି ପାଟି ବନ୍ଦ କରିଦେଇଥିଲେ ା ଏହାପରେ ଅଭିଯୁକ୍ତମାନେ ଟଙ୍କା ଘରି ସେଠାରୁ ଚମ୍ପଟ ମାରିଥିଲେ ା କିଛି ସମୟପରେ ରସିଦ ନିଜ ଘରକୁ ଫେରି ଝିଅ ଠାରୁ ଘଟଣା ସମ୍ପର୍କରେ ଜାଣିବା ପରେ ଟାଉନ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ ୨୫୧/୨୨ରେ ଏକ ମାମଲା ରୁଜୁ ହେବା ସହ ପୁଲିସ ଘଟଣାର ତଦନ୍ତ କରିଥିଲା । ମୁଖ୍ୟ ଅଭିଯୁକ୍ତ ସମୀରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ବ୍ରହ୍ମପୁର ଏସପି ସର୍ବଣା ବିବେକେ ଏମ ସୂଚନା ଦେଇଛନ୍ତି