ନିର୍ମାଣାଧୀନ ଆବାସିକ କୋଠାର ସ୍ଲାବ ଭୁଶୁଡ଼ି ୫ ମୃତ
ଥାନେ : ବେଆଇନ୍ ଭାବେ ନିର୍ମାଣାଧୀନ ଆବାସିକ କୋଠାର ସ୍ଲାବ ଭୁଶୁଡ଼ି ୫ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରର ଥାନେ ଜିଲ୍ଲାର ୟୁଆଇହାସନନଗର ଟାଉନ୍ଶିପ୍ରେ ହୋଇଥିବା ଦୁର୍ଘଟଣାର ଶିକାର ହୋଇଛନ୍ତି ୨ ଜଣ ମହିଳା । ଏଥି ସହିତ ଅନେକ ଲୋକ ଆହତ ହୋଇଥିବା ବେଳେ ଦୁର୍ଘଟଣାସ୍ଥଳରୁ ୧୧ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଥାନେ ମହାନଗର ନିଗମର ଆଂଚଳିକ ବିପର୍ଯ୍ୟୟ ପରିଚାଳନାର ମୁଖ୍ୟ ସନ୍ତୋଷ କଦମ କହିଛନ୍ତି ଯେ, ଜଣେ ମହିଳା ନିଖୋଜ ଅଛନ୍ତି । ଏହି ଦୁର୍ଘଟଣା ଶନିବାର ଅପରାହ୍ନ ୧ଟା ୪୦ରେ ଚାରି ମହଲା କୋଠା ‘ମନୋରମା’ରେ ଘଟିଥିଲା । ଏହି କୋଠାରେ ୯ଟି ଫ୍ଲାଟ ଥିବା ବେଳେ ୮ଟି ଦୋକାନ ରହିଛି । ମରାମତି ଚାଲିଥିବା ବେଳେ ୪ର୍ଥ ମହଲା ଉପରେ ଏକ ସ୍ଲାବ ଖସି ତଳ ମହଲାର ସ୍ଲାବ ଉପରେ ପଡ଼ିଥିଲା । ଏନଡିଆରଏଫର ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସେହିପରି ସ୍ଥାନୀୟ ଦମକଳ ବାହିନୀର କର୍ମଚାରୀମାନେ ମଧ୍ୟ ପହଂଚିଥିଲେ ।