ଅହମ୍ମଦାବାଦ ର୍ନିମାଣାଧୀନ କୋଠା ଦୁର୍ଘଟଣାରେ ମୃତକଙ୍କ ଲାଗି ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦରେ ଏକ ର୍ନିମାଣାଧୀନ କୋଠାରେ ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ଲାଗି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରଭାବିତ ଲୋକଙ୍କୁ ସ୍ଥାନୀୟ କର୍ତୃପକ୍ଷ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରିଛି; “ଅହମ୍ମଦାବାଦର ଏକ ର୍ନିମାଣାଧୀନ କୋଠାରେ ହୋଇଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏହି ଦୁର୍ଘଟଣାରେ ଯେଉଁମାନେ ପରିବାର ସଦସ୍ୟଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା । ମୁଁ ଆଶା କରୁଛି ଆହତମାନେ ଶୀଘ୍ର ସୁସ୍ଥ ହୋଇଯିବେ । ସ୍ଥାନୀୟ କର୍ତୃପକ୍ଷ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛନ୍ତି: ପ୍ରଧାନମନ୍ତ୍ରୀ” ।