ଲାଞ୍ଜିପଲ୍ଳୀ ବାଇପାସ୍ ନିକଟରୁ ପୁଣି ମିଳିଲା ହାୱଲାର ୩୩ ଲକ୍ଷ ୭୬ହଜାର ଟଙ୍କା
ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ବ୍ରହ୍ମପୁର ଅବକାରୀ ବିଭାଗ
ଗଞ୍ଜେଇ ଗାଡ଼ି ଯାଞ୍ଚ ବେଳେ ମିଳିଲା ପୁଳା ପୁଳା ଟଙ୍କା । ଉକ୍ତ ଟଙ୍କାଙ୍କୁ ଅବକାରୀ ବୈଦ୍ୟନାଥପୁର ଥାନା ପୁଲିସକୁ ହସ୍ତାନ୍ତର କରିଛି । ଆଜି ଗଞ୍ଜେଇ ଚୋରା ଚାଲାଣ ହେବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ସେହିକ୍ରମେ ଆଜି ପୂର୍ବାହ୍ନ ସମୟରେ ଅବକାରୀ ଗୁଇନ୍ଦା ବିଭାଗ ଲାଞ୍ଜିପଲ୍ଳୀ ବାଇପାସ୍ ନିକଟରେ ଗାଡ଼ି ଯାଞ୍ଚ କରୁଥିବା ବେଳେ ଗୋଟିଏ ବସର ପଛ ସିଟରେ ବସଥିବା ଜଣେ ବ୍ୟକ୍ତିଙ୍କ ନିକଟରୁ ୩୩ ଲକ୍ଷ ୭୬ହଜାର ଟଙ୍କା ୫୦୦ଟଙ୍କା ଜବତ କରିଛି । ଏତେ ପଇସା ସେ କେଉଁଠାରୁ ଆଣିଲେ ସେ ନେଇ ତାଙ୍କୁ ଥାନାରେ ଅଟକ ରଖି ବୈଦ୍ୟନାଥପୁର ପୁଲିସ ଛାନଭିନ୍ ଆରମ୍ଭ କରିଛି । ଅଟକ ଥିବା ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ଦାଶପୁର ଅଞ୍ଚଳର ହରିପଦ ସାହା ପୁଲିସ କହିଛି । ସୂଚନାଯୋଗ୍ୟ ଯେ,ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ହୃଦୟାଚନ୍ଦ୍ର ସାମନ୍ତ ଏବଂ ତାଙ୍କ ଟିମ୍ ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଯାଞ୍ଚ ବେଳେ ବିଣାପାଣି ବସର ପଛ ସିଟରେ ବସିଥିବା ହରିପଦ ନାମକ ଜଣେ ବ୍ୟକ୍ତି ଅବକାରୀ ବିଭାଗର ଟିମକୁ ଦେଖି ଭୟଭୀତ ହୋଇଯାଇଥିଲା । ଯାହାଫଳରେ ଅବକାରୀ ଉକ୍ତ ବ୍ୟକ୍ତିଙ୍କ ଉପରେ ସନ୍ଧେହ କରିଥିଲା। ପରେ ସେ ଧରିଥିବା ବ୍ୟାଗରୁ ୫ଶହ ଟଙ୍କାର ବଣ୍ଡଲ ଗୁଡିକ ଭର୍ତି ଥିବା ଦେଖି ଅବକାରୀ ବିଭାଗ ଛାନିଆ ହୋଇଯାଇଥିଲା । ପରେ ତୁରନ୍ତ ଘଟଣାକୁ ନେଇ ଅବକାରୀ ବିଭାଗ ବୈଦ୍ୟନାଥପୁର ଥାନା ପୁଲିସକୁ ଖବର ଦେଇଥିଲେ । ପରେ ଉକ୍ତ ୫ଶହ ଟଙ୍କା ବଣ୍ଡଲ ଗୁଡିକୁ ଗଣିବା ପରେ ସେଥିରେ ୩୩ ଲକ୍ଷ ୭୫ହଜାର ୫୦୦ଟଙ୍କା ଥିବା ଜଣାପଡିଥିଲା । ଏ ଟଙ୍କା କେଉଁଠୁ ଆଣିଛି ସେ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ ।