ଅହିଂସା ରଥକୁ ବିଭିନ୍ନ ସହିଦ୍ ସ୍ମୃତିପୀଠରେ ଭବ୍ୟ ସମ୍ବର୍ଦ୍ଧନା
ବାଲେଶ୍ୱର : ଅଗଷ୍ଟ ୧୫ ତାରିଖରୁ ଭୁବନେଶ୍ୱରରୁ ବାହାରିଥିବା ଅହିଂସା ରଥ ଗତକାଲି ମୟୂରଭଞ୍ଜ ଜିଲାର ବିଭିନ୍ନ ସହିଦ୍ ସ୍ମୃତିପୀଠଗୁଡ଼ିକ ପରିକ୍ରମା କରିବାପରେ ୧୩ ତାରିଖ ମଙ୍ଗଳବାର ପୂର୍ବାହ୍ଣ ୮ ଘଟିକାରେ ବାଲେଶ୍ୱର ଜିଲାର ରେମୁଣା ବ୍ଲକ ଅନ୍ତର୍ଗତ ମିଜାମପୁରଠାରେ ପହଂଚିଥିଲା । ଏହି ଅବସରରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରେମୁଣା ବିଡ଼ିଓ ନରେନ୍ଦ୍ର ଖମାରି, ଜିଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ରେମୁଣା ବ୍ଲକ ଚେୟାରମ୍ୟାନ୍ ରାଜେନ୍ଦ୍ର ରାଉତ ପ୍ରମୁଖ ଏହି ରଥକୁ ସମ୍ବର୍ଦ୍ଧନା ଜଣାଇଥିଲେ । ସେଠାରେ ଆୟୋଜିତ ସଭାରେ ଉଲ୍ଲିଖିତ ବ୍ୟକ୍ତିମାନେ ଉଦ୍ବୋଧନ ଦେଇଥିବା ବେଳେ ଆଖପାଖ ଅଂଚଳର ହାଇସ୍କୁଲ୍, ନୋଡାଲ ସ୍କୁଲ୍ ଓ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ ।
ପରେ ରେମୁଣା ବ୍ଲକ ଅନ୍ତର୍ଗତ ଅନନ୍ତପୁରଠାରେ ଥିବା ସହିତ ଜୟୀ ରାଜଗୁରୁଙ୍କ ସହିଦ ପୀଠାରେ ଅହିଂସା ରଥ ପହଂଚିଥିଲା । ସେଠାରେ ବିଧାୟକଙ୍କ ସମେତ ବହୁ କର୍ମକର୍ତା, ବିଡ଼ିଓ, ସଂସ୍କୃତି ବିଭାଗ ଅଧିକାରୀ, ଜିଲା କ୍ରୀଡ଼ା ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହାପରେ ସଦର ବ୍ଲକ୍ ଅନ୍ତର୍ଗତ ଓଡ଼ଙ୍ଗୀସ୍ଥିତ ବାଘାଯତୀନ୍ ହାଇସ୍କୁଲ ପରିସରରେ ଅହିଂସା ରଥକୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରବର୍ତୀ ସମୟରେ ବସ୍ତା ବ୍ଲକ୍, ବାଲିଆପାଳ ବ୍ଲକରେ ଅହିଂସା ରଥକୁ ସମ୍ପୃକ୍ତ ଅଂଚଳରେ ବିଧାୟକ ଓ ବିଡ଼ିଓମାନେ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ସ୍ଥାନୀୟ ଅଂଚଳର ସରଂପଚ, ସମିତିସଭ୍ୟ, ଯୁବନେତା ଶରତ ରାଉତ, ଜୟନ୍ତ ଦାସ, ଦିଲ୍ଲୀପ ନନ୍ଦୀ, ରଞ୍ଜନ ସେନାପତି, ସନ୍ନ୍ୟାସୀ ମନ୍ତ୍ରୀ, ମନୋରଞ୍ଜନ ନାୟକ, ୩୯ନଂ ଜୋନ୍ ଜିଲା ପରିଷଦ ସଭ୍ୟା କବିତା ପାଣି, ୩୬ନଂ ଜୋନ୍ ଜିଲା ପରିଷଦ ସଭ୍ୟ ଅଭିମନ୍ୟୁ ଦିନ୍ଦା, ବିଜେଡ଼ି ପଂଚାୟତ ସଭାପତି ସୁବାସ ଲେଙ୍କା, ଅଞ୍ଜନ ଦାସ, ଜୟୀ ରାଜଗୁରୁ ସ୍ମତିପରିଷଦ ସଭାପତି ହରେକୃଷ୍ଣ ଜେନା, ସମ୍ପାଦକ କାଳୀଚରଣ ଲେଙ୍କା, ସଦସ୍ୟ ନଟବର ଲେଙ୍କା, ସୁଜିତ୍ ଜେନା, ଜଗଦୀଶ ଚନ୍ଦ୍ର ଜେନା, ଧୀରେନ୍ଦ୍ର ଲେଙ୍କା ପ୍ରମୁଖ ସାମିଲ ହୋଇଥିଲେ ।