ଆମ୍ ଆଦମୀ ପାର୍ଟିର ବାଲେଶ୍ୱର ଶାଖାର ଜିଲ୍ଲା ସମ୍ମିଳନୀ
ବାଲେଶ୍ୱର : ରବିବାର ଦିନ ସହରର ଏକ ଘରୋଇ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ବିଭିନ୍ନ ଅଂଚଳରୁ ବହୁ କର୍ମି ଯୋଗ ଦେଇଥିଲେ । ଆପ୍ ର ଜିଲ୍ଲା ସଭାପତି ସ୍ୱର୍ଣ୍ଣଭାରତ ମଲ୍ଲିକ ଏଥିରେ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଦଳର ରାଜ୍ୟ ସଭାପତି ତଥା ଆବାହକ ନିଶିକାନ୍ତ ମହାପାତ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ସହ ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା ଲାଗି ଜିଲ୍ଲାର କର୍ମୀମାନଙ୍କୁ ଏବେ ଠାରୁ କାର୍ଯ୍ୟକରିବା ପାଇଁ ମାର୍ଗ ଦର୍ଶନ କରିଥିଲେ । ଆମ ଆଦମୀ ପାର୍ଟିକୁ ଧିରେ ଧିରେ ସଫଳତା ମିଳି ଚାଲିଥିବା ବେଳେ ପ୍ରଥମ ଥର ପାଇଁ ଜାତୀୟ ରାଜନୀତିରେ ଯୋଗ ଦାନ କରିବ । ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ବିଜୁଳି ଓ ପାଣି ଭଳି ସମସ୍ୟାକୁ ନେଇ ଦଳ ବିକଳ୍ପ ରାଜନୀତି ଆରମ୍ଭ କରିଛି ବୋଲି ସେ କହିଥିଲେ । ସେହିପରି ଓଡ଼ିଶାରେ ସମାନ ସମସ୍ୟାକୁ ନେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଆଗାମୀ ଦିନରେ ଦଳ ଯେଉଁ ସବୁ ରାଜ୍ୟରେ ସରକାର ଗଠନ କରିବ ସେହି ରାଜ୍ୟରେ ସମସ୍ତ ଠିକା କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ମିଳିବ । ଏହାଛଡ଼ା ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱରେ ଓଡ଼ିଶାବାସୀ ନୂଆ ସରକାରକୁ ଅପେକ୍ଷା କରିଛନ୍ତି ବୋଲି ଦଳର ରାଜ୍ୟ ସଭାପତି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ । ଏଥିପାଇଁ ୨୦୨୪ ନିର୍ବାଚନ ପାଇଁ ଦଳର ବିକଳ୍ପ ରାଜନୀତି ପ୍ରସ୍ତୁତ ପାଇଁ ବାଲେଶ୍ୱରରେ ଏହାର ଶୁଭାରମ୍ଭ ହେଲା ବୋଲି ସେ ଏହି ସମ୍ମିଳନୀରେ ଘୋଷଣା କରିଥିଲେ । ଜିଲ୍ଲା ପର୍ଯ୍ୟବେକ୍ଷକ ସୁନୀଲ ଷଡଙ୍ଗୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଜିଲ୍ଲା ସଧାରଣ ସମ୍ପାଦକ ନିକୁଞ୍ଜ ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।