ସୋମବାର ଠାରୁ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଘରକୁ ଘର ବୁଲି ବରିଷ୍ଠ ନାଗରିକଙ୍କୁ ଦିଆଯିବ ଟିକାକରଣ
ବ୍ରହ୍ମପୁର : ମହାମାରୀ କରୋନାର ଦ୍ଵିତୀୟ ଲହାରକୁ ରୋକିବା ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ବରିଷ୍ଠ ନାଗରିକଙ୍କ ପାଇଁ ଟିକାକରଣର ଆଉ ଏକ ସୁବିଧା ଯୋଗାଇବ ଗଞ୍ଜାମ ଜିଲ୍ଲା ପ୍ରଶାସନ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଘରକୁ ଘର ବୁଲି ବରିଷ୍ଠ ନାଗରିକଙ୍କୁ ଦିଆଯିବ ଟିକାକରଣ। ଏଭଳି ପଦକ୍ଷେପ ଆସନ୍ତା ସୋମବାର ଠାରୁ ଆରମ୍ଭ ହେବ। ଏନେଇ ଟୁଇଟ୍ ମାଧ୍ୟମରେ ଶନିବାର ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ।
ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ କରାଉଛନ୍ତି । ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି । ଲୋକଙ୍କୁ କୋଭିଡ୍ ସଚେତନ କରେଇବା ଉଦ୍ଦେଶ୍ୟରେ ଏକ ନିଆରା ସଚେତନ ଯାନ ବାହାରିଛି। କୋଭିଡ୍ ସଚେତନ ଯାନ ସହର ସାରା ଭ୍ରମଣ କରି ଲୋକଙ୍କୁ ସଚେତନ କରାଯାଉଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି।