ବିଶ୍ୱରେ ୬ଲକ୍ଷ ୮୭ହଜାର ୪୪୦ଜଣ ସଂକ୍ରମିତ ଓ ୧୨ହଜାର ୪୮୭ ଜଣଙ୍କର ମୃତ
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଶନିବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୮୭ହଜାର ୪୪୦ଜଣ ସଂକ୍ରମିତ ହୋଇଥିବାବେଳେ ୧୨ହଜାର ୪୮୭ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬କୋଟି ୨୫ଲକ୍ଷ ୫୧ହଜାର ୯୭୭ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩ଲକ୍ଷ ୭୦ହଜାର ୭୩୮ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୪କୋଟି ୧୪ଲକ୍ଷ ୪୮ହଜାର ୨୪୭ ସୁସ୍ଥ ହୋଇ ଥିବାବେଳେ ୧କୋଟି ୭୬ଲକ୍ଷ ୯୮ହଜାର ୯୯୨ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୩୬ଲକ୍ଷ ୬୨ହଜାର ୯୯୧ ସଂକ୍ରମିତ ଓ ୫ଲକ୍ଷ ୯୯ହଜାର ୨୯୬ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୫୫ଲକ୍ଷ ୨୧ ହଜାର ୩୧୩ସଂକ୍ରମିତ ଓ ୪ଲକ୍ଷ ୩୨ହଜାର ୭୮୫ମୃତ, ଫ୍ରାନ୍ସରେ ୫୮ ଲକ୍ଷ ୪୮ ହଜାର ୧୫୪ ସଂକ୍ରମିତ ଓ ୧ ଲକ୍ଷ ୭ ହଜାର ୪୨୩ ମୃତ, ତୁର୍କୀରେ ୫୦ ଲକ୍ଷ ୯୫ ହଜାର ୩୯୦ ସଂକ୍ରମିତ ଓ ୪୪ ହଜାର ୩୦୧ ମୃତ, ଋଷିଆରେ ୪୯ ଲକ୍ଷ ୨୨ ହଜାର ୯୦୧ ସଂକ୍ରମିତ ଓ ୧ଲକ୍ଷ ୧୫ ହଜାର ୧୧୬ଜଣ ମୃତ, ୟୁକେରେ ୪୪ ଲକ୍ଷ ୪୬ ହଜାର ୮୨୪ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୬୬୮ ମୃତ, ଇଟାଲିରେ ୪୧ ଲକ୍ଷ ୪୬ ହଜାର ୭୨୨ ସଂକ୍ରମିତ ଓ ୧ଲକ୍ଷ ୨୩ ହଜାର ୯୨୭ମୃତ, ସ୍ପେନରେ ୩୬ ଲକ୍ଷ ୪ ହଜାର ୭୯୯ ସଂକ୍ରମିତ ଓ ୭୯ ହଜାର ୩୩୯ ମୃତ, ଜର୍ମାନୀରେ ୩୫ ଲକ୍ଷ ୮୫ ହଜାର ୮୯୧ ସଂକ୍ରମିତ ଓ ୮୬ ହଜାର ୪୮୧ମୃତ, ଆର୍ଜେଣ୍ଟିନାରେ ୩୨ ଲକ୍ଷ ୬୯ ହଜାର ୪୬୬ ସଂକ୍ରମିତ ଓ ୬୯ ହଜାର ୮୫୩ ମୃତ ରହିଛନ୍ତି ।