ପୃଷ୍ଟି ହୀନତା ରେ ନବରଙ୍ଗପୁର ଜିଲ୍ଲା ଏକ ନମ୍ବର ଅଙ୍ଗନବାଡି ଶିଶୁଙ୍କୁ ଦିଆ ଯାଉଛି ପୋକଡା ଚାଉଳ
ରାଇଘର : ପୁଷ୍ଟିହୀନତା ରେ ନବରଙ୍ଗପୁର ଜିଲ୍ଲା ଏକ ନମ୍ବର ଛୋଟ ଛୋଟ ଛୁଆ ଙ୍କୁ ପୋକଡା ଚାଉଳ ରୋଷଇ କରି ସେପଟେ ଛୋଟ ଛୋଟ ଅଙ୍ଗନବାଡି ଶିଶୁ ଙ୍କୁ ଦିଆ ଖାଇବାକୁ ଦିଆ ଯାଉଛି ପୋକଡା ଚାଉଳ,ଯାହାର ପ୍ରତିବାଦ ରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ର କୁ ତାଲା ମାରିଲେ ଗ୍ରାମବାସୀ,ଏମିତି ଦୃଶ୍ୟ ଆସିଛି ଗୁରୁସିଙ୍ଗା (ବି )ଡି.ଏନ.କେ ଗ୍ରାମ ରୁ, ସୁଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ର ରାଇଘର ବ୍ଲକ ମୋହଣ୍ଡ ପଂଚାୟତ ଅନ୍ତର୍ଗତ ଗୁରୁସିଙ୍ଗା ଡି.ଏନ.କେ (ବି) ଗ୍ରାମ ରେ, ଗ୍ରାମ ରେ ଥିବା ଅଙ୍ଗନବାଡି କେନ୍ଦ୍ର ରେ ଅଙ୍ଗନବାଡି ଦିଦି ପ୍ରଣତିରାଣୀ ସରଦାର ପିଲା ମାନଂକୁ ପୋକଡା ଚାଉଳ, ପଚା ଅଣ୍ଡା ଏବଂ ଶୁଖିଲା ଆଳୁ ରାନ୍ଧି ଖୁଆଉଥିଲେ ପିଲା ମାନଙ୍କୁ, ଏହାକୁ ଦେଖି ଗ୍ରାମର କିଛି ଯୁବକ ଦିଦି ଙ୍କୁ ବାରଣ କରିଥିଲେ କିନ୍ତୁ ଦିଦି ଶୁଣିନ ଥିଲେ ଆଜି ଗ୍ରାମ ର କିଛି ଯୁବକ ହଟାତ ଅଙ୍ଗନବାଡି ରୋଷେଇ ଘରେ ଯାଇ ଦେଖିଲେ ସେହି ପୋକଡା ଚାଉଳ ଏବଂ ଖରାପ ଅଣ୍ଡା ରୋଷେଇ କରା ଯାଉଥିଲା ଚାଉଳ ରେ କଳା କଳା ପୋକ ଭର୍ତି ହୋଇ ଯାଇଥିଲା,ତାହା ଦେଖି ସାଙ୍ଗେ ସାଙ୍ଗେ ଗ୍ରାମ ରେ ଜଣେଇବା ପରେ ସମସ୍ତ ଗ୍ରାମ ର ମହିଳା ଏବଂ ପୁରୁଷ ମିଶି ଅଙ୍ଗନବାଡି କେନ୍ଦ୍ର କୁ ତାଲା ମାରିବା ସହ ନାରାବାଜି କରି ବିକ୍ଷପ କରିଥିଲେ, ଏହି ଖାଦ୍ୟ ଖାଇ ଅଙ୍ଗନବାଡି କେନ୍ଦ୍ର ର ଗୋଟେ ଛୋଟ ଛୁଆ ଆୟେସା ଢାଳି କୁ ଦୁଇ ଦିନ ହେଲା ଝାଡା ହଉଥିବା ର ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ, ଅଙ୍ଗନବାଡି କେନ୍ଦ୍ର ପଛପଟ ଅଳିଆ ଆବର୍ଜନା ବଡ଼ ବଡ଼ ଗଛ ଲତା ରେ ଭର୍ତି ଫଳରେ ପିଲାଛୁଆ ବାଥରୁମ କିମ୍ବା ଲେଟରିଙ୍ଗ ଙ୍କୁ ଯାଇ ପାରୁନ ଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ,ପରେ ଏହି ବିଷୟରେ ଅଙ୍ଗନବାଡି ଦିଦି ପ୍ରଣତିରାଣୀ ସରଦାର ନିଜର ଭୁଲ ଗ୍ରାମବାସୀଙ୍କ ପାଖେ ଶିକାର କରି ଭଲ ଚାଉଳ ରୋଷେଇ କରିଦେବି କୌଣସି ଗଣମାଧ୍ୟମରେ ଖବର ପ୍ରସାରଣ କରନାହିଁ ବୋଲି ଗ୍ରାମବାସୀ ଙ୍କୁ କହିଥିଲେ କିନ୍ତୁ ଗ୍ରାମବାସୀ ମାନି ନ ଥିଲେ, ଯେତେ ସମୟ ପର୍ଯ୍ୟନ୍ତ ଉପରସ୍ଥ ଅଫିସର ଆଜି କୌଣସି ତଦନ୍ତ ନ କରନ୍ତି ଏବଂ ଅଙ୍ଗନବାଡି ଦିଦି ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ସେତେ ସମୟଯାଏ ଅଙ୍ଗନବାଡି ଖୋଲା ହେବନି ବୋଲି ଗ୍ରାମ ର ସଭାପତି କାଲାଚାନ୍ଦ ସରକାର, ହରେନ ମାଝୀ, ଦୁଲାଳ ବିଶ୍ୱାସ, ପ୍ରଦୀପ ଅଧିକାରୀ, ନିର୍ମଳ ୍ୱାଲା, ଅମିତ ବିଶ୍ୱାସ, ଲଳିତା ବିଶ୍ୱାସ, ମଣିକା ମଣ୍ଡଳ, ପିଙ୍କି ମିସ୍ତ୍ରୀ, ସ୍ୱପ୍ନା ମଜୁମଦାର, ବିଶାଖା ମଣ୍ଡଳ, କୌଶଲ୍ୟା ବିଶ୍ୱାସ, ମଣିକା ମଣ୍ଡଳ,ସମସ୍ତ ଗ୍ରାମବାସି କହିଛନ୍ତି ।