ଆଜିର ଭାଗ୍ୟଫଳ (ସୋମବାର, ୦୫/୦୯/୨୦୨୨), ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ଆଜି ୨୦୨୨ ସେପ୍ଟେମ୍ବର ୫ ତାରିଖ । ସୋମବାର । ସିଂହ ମାସ ୨୦ଦିନ । ଭାଦ୍ରବ ମାସ । ଶୁକ୍ଳପକ୍ଷ । ନବମୀ ତିଥି ସକାଳ ୮ଟା ୨୮ମିନିଟ୍ ପରେ ଦଶମୀତିଥି । ମୂଳା ନକ୍ଷତ୍ର । ଧନୁ ରାଶିରେ ଚନ୍ଦ୍ର । ପ୍ରୀତି ଯୋଗ ଦିବା ୧୨ଟା ୨୭ମିନିଟ୍ ପରେ ଆୟୁଷ୍ମାନ ଯୋଗ । କୌଳବ କରଣ ସକାଳ ୮ଟା ୨୮ମିନିଟ୍ ପରେ ତୈତିଳ କରଣ । ମିଥୁନ ରାଶିର ଘାତବାର । ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର । ଲାଉ ନ ଖାଇଲେ ଭଲ ସକାଳ ୮ଟା ୨୮ମିନିଟ୍ ପରେ କଳମଶାଗ ନ ଖାଇଲେ ଭଲ । ଯୋଗିନୀ- ପୂର୍ବେ ସକାଳ ୮ଟା ୨୮ମିନିଟ୍ ପରେ ଉତ୍ତରେ ଯାତ୍ରା ନିଷେଧ ।
ଶ୍ରାଦ୍ଧତର୍ପଣ- ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୭ଟା ୮ମିନିଟ୍ ରୁ ୮ଟା ୪୦ମିନିଟ୍, ଦିବା ୨ଟା ୫୦ମିନିଟ୍ ରୁ ୪ଟା ୨୨ମିନିଟ୍, ରାତ୍ରି ୧୦ଟା ୧୭ମିନିଟ୍ ରୁ ୧୧ଟା ୪୫ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୩୬ମିନିଟ୍ ରୁ ୭ଟା ୭ମିନିଟ୍, ଦିବା ୧୦ଟା ୩୨ମିନିଟ୍ ରୁ ୧୨ଟା ୫୮ମିନିଟ୍, ଦିବା ୪ଟା ୨୩ମିନିଟ୍ ରୁ ୫ଟା ୪ମିନିଟ୍, ସନ୍ଧ୍ୟା ୬ଟା ୪୨ମିନିଟ୍ ରୁ ରାତ୍ର ୯ଟା, ରାତ୍ର ୧୧ଟା ୪୬ମିନିଟ୍ ରୁ ୨ଟା ୨୭ମିନିଟ୍ ।
ମେଷ:-ଅନ୍ୟମାନଙ୍କ କଲ୍ୟାଣ ବିଷୟରେ ଚିନ୍ତା କରିବେ । ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି । ଆପଣ ଭଲ ଖବର ପାଇପାରିବେ । କର୍ମକ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ରାଜନୀତି ସହ ଜଡିତ ଥିବା ଲୋକମାନେ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ପ୍ରଭୁତ୍ଵ ବିସ୍ତାର କରିପାରିବେ । ନୂତନ ବ୍ୟବସାୟ ଚୁକ୍ତିନାମା ପାଇବା ସମ୍ଭାବନା । ବିଚକ୍ଷଣ ବୁଦ୍ଧି ସହିତ କାର୍ଯ୍ୟ କରିବା ଫଳରେ କ୍ରୋଧକୁ ନିୟନ୍ତ୍ରଣ କରି ପାରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
ବୃଷ:-ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ନିଜର ନିଷ୍ପତ୍ତି ନେବା କ୍ଷମତା ବୃଦ୍ଧି ପାଇବ । ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀହେବେ । ପଡୋଶୀଙ୍କ ସହ ଝଗଡ଼ା ହେଲେ ମଧ୍ୟ ସାମଞ୍ଜସ୍ୟ ଓ ସମନ୍ଵୟ ଦ୍ଵାରା କାମ ହାସଲ କରିପାରିବେ । ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ । ଶତ୍ରୁମାନଙ୍କ ଉପରେ ନଜର ନରଖିଲେ କ୍ଷତିରେ ପଡିବେ । ବ୍ୟବସାୟରେ ବନ୍ଧୁମାନେ ବିଶ୍ୱାସ ଘାତକତା କରିପାରନ୍ତି । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ମିଥୁନ:-ଯଦି ଆପଣ ବ୍ୟବସାୟ ପାଇଁ ଋଣନେବାକୁ ଚାହୁଁଛନ୍ତି ତେବେ ଡକ୍ୟୁମେଣ୍ଟଗୁଡ଼ିକୁ ଭଲଭାବେ ଅଧ୍ୟୟନ କରନ୍ତୁ । ଦୁସାହସିକ ପଦକ୍ଷେପ ନେବାଫଳରେ କର୍ମକ୍ଷେତ୍ରରେ ଆପଣଙ୍କର ଅଧିକାର ବୃଦ୍ଧି ପାଇବ । ଘରେ ମଜା କରିବାର ପରିବେଶ ରହିବ । ବୟସ୍କମାନଙ୍କ ପରାମର୍ଶକୁ ଅଣଦେଖା କରନ୍ତୁ ନାହିଁ । ଅତ୍ୟଧିକ ଚିନ୍ତାଧାରା ହେତୁ କାର୍ଯ୍ୟ ନଷ୍ଟ ହୋଇପାରେ । ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
କର୍କଟ:-ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ । ଜାଗା, ଜମି ଗୃହ ସମ୍ବନ୍ଧୀୟ କୌଣସି ମାମଲା, ସମାଧାନ ହୋଇଯିବ । ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ । କର୍ମ ସନ୍ଧିତ୍ସୁମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇବେ । ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।
ସିଂହ:-ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ । ବ୍ୟବସାୟରେ ଆପଣ ବଡ଼ ସଫଳତା ପାଇବେ । ଆନୁଷ୍ଠାନିକ କାମ, ଗୃହ, ଜମିଜମା, ଗାଡ଼ି ମୋଟର ଜନିତ ସମସ୍ୟାର ସମାଧାନ ହୋଇଯିବ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । କାହାକୁ ଉଧାର ଦେଇଥିବା ଟଙ୍କା ବା ଋଣକରିଥିବା ଟଙ୍କା ସହଜରେ ମିଳିଯିବ । ଅଭିଜ୍ଞ ବ୍ୟକ୍ତିଙ୍କ ସହିତ ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରି ପାରିବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।
କନ୍ୟା:-ବ୍ୟବସାୟୀମାନେ ବ୍ୟବସାୟ କ୍ଷେତ୍ରରେ ଜଞ୍ଜାଳ ଅଧିକ ମୁଣ୍ଡାଇ ବ୍ୟସ୍ତ ରହିବେ । କଷ୍ଟସାଧ୍ୟ କାରବାର ସହଜରେ ମିଳିବ ଓ ବିରୋଧୀମାନେ ଆପଣଙ୍କଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିବେ । ଦାମ୍ପତ୍ୟ ସୁଖରେ ଆନନ୍ଦ ଦାଯକ ପରିସ୍ଥିତି ଦେଖାଦେଇ ପାରେ । ଉଦାସୀନତା ଓ ନକରାତ୍ମକ ପ୍ରବୃତ୍ତିକୁ ଛାଡିବା ପାଇଁ ପ୍ରୟାସ କରିବେ । ଭାବି ଚିନ୍ତି କାର୍ଯ୍ୟ ନ କଲେ ଠକାମିରେ ପଡିବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
ତୁଳା:-ସାମାନ୍ୟ ପରିଶ୍ରମ କଲେ ଅଧିକ ଧନ ପ୍ରାପ୍ତି ହେବ । ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଆକର୍ଷିତ ହେବେ । ବାସସ୍ଥାନ ବା ଯାନବାହାନ ପାଇଁ ଖର୍ଚାନ୍ତ ହୋଇ ପାରନ୍ତି । ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ପାରନ୍ତି । ରାଜନୈତିକ କ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢ଼େଇବା ବୁଦ୍ଧିମତା ପୂର୍ଣ୍ଣ ହେବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।
ବିଚ୍ଛା:-ସହକର୍ମୀ ମାନଙ୍କ ଦ୍ୱରା ବହୁ ସୁବିଧା ସୁଯୋଗ ପାଇବେ । ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ବନ୍ଧୁଙ୍କ ଠାରୁ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ମିଳିବ । ବାଣିଜ୍ୟ ବ୍ୟାପାର କାମପାଇଁ ବାହାରକୁ ଯିବାକୁ ପଡିପାରେ । ସମାନ ବିଚାରଧାରା ଲୋକଙ୍କ ଦରକାର ଅନୁଭବ ହେବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେଇ ପାରେ । ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇ ପାରେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।
ଧନୁ:-ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହେବ । ମାନସିକ ଚିନ୍ତା ଦୂର ହେବ । ରାଜନୀତି କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ପାଇବ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମପ୍ରସଙ୍ଗରେ ସଫଳତା ମିଳିବ । ସାଧୁ, ସତ୍ୟବାଦୀ, ଧର୍ମାତ୍ମା, ଗୁରୁବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନହେବ । ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ ।
ମକର:-ଶତୃମାନେ ସାମ୍ନାକୁ ଆସିବାକୁ ସାହସ କରିବେ ନାହିଁ । ଛାତ୍ରଛତ୍ରୀମାନେ କଠିନ ପରିଶ୍ରମ କରିବା ସହିତ ପଢ଼ା ପଢ଼ିରେ ମନଯୋଗ ଦେବେ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରି ପାରନ୍ତି । ବ୍ୟବସାୟରେ କଠିନ ପରିଶ୍ରମ କରି ସାମାନ୍ୟ ଲାଭ ପାଇବେ । ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ସୁଖ ସମୃଦ୍ଧି ବୃଦ୍ଧିହେବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
କୁମ୍ଭ:-ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ଲକ୍ଷ ପ୍ରାପ୍ତି ପାଇଁ ପୂର୍ଣ୍ଣ ରୂପରେ ସମର୍ପିତ ରହିବେ । ନିଜର କଷ୍ଟ ଓ ପରିଶ୍ରମର ଫଳ ବା ପୁରସ୍କାର ମିଳିବ । ଦୌଡ-ଧୂପରେ ସୁଖ ଅନୁଭବ କରିବେ । ଭାଇଙ୍କ ସହିତ ଲାଗିଥିବା ବିବାଦର ସମାଧାନ ହୋଇ ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ଦେଖା ଦେବ । କିନ୍ତୁ ପାଖ ପଡ଼ୋଶୀ ମାନେ କଟୁବଚନ ଶୁଣେଇ ପାରନ୍ତି । ଅଯଥା ଭ୍ରମଣ କରିବା ଫଳରେ ଦେହ ଅସୁସ୍ଥି ରହିବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ମୀନ:-ସଠିକ୍ ଚିନ୍ତା ଓ ଧୈର୍ଯ୍ୟ ସାହସ ଦ୍ଵାରା ହୋଇପାରୁ ନଥିବା କାମକୁ କରି ପାରିବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ । ପ୍ରେମପ୍ରସଙ୍ଗକୁ ସାମାଜିକ ମାନ୍ୟତା ମିଳିଯିବ । ପତିପତ୍ନୀଙ୍କ ମଧ୍ୟରେ କଳହ ସମାପ୍ତ ହୋଇ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ କୃତକାର୍ଯ୍ୟ ହେବେ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।