କେବେ ପଡୁଛି ଗଣେଶ ଚତୁର୍ଥୀ-୨୦୨୨ ? ଜାଣନ୍ତୁ ବିଘ୍ନହର୍ତ୍ତାଙ୍କ ଶ୍ଳୋକ ଓ ପୂଜା ବିଧି
ଭାଦ୍ର ମାସ ଶ୍ରୀ ଭଗବାନ ଗଣେଶଙ୍କୁ ସମର୍ପିତ ହୋଇଥାଏ । ଏହି ମାସରେ ଭଗବାନ ଗଣେଶଙ୍କୁ ଉପାସନା କରିବା ଲାଭଦାୟକ ବୋଲି ମନେ କରାଯାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଗଣେଶ ଚତୁର୍ଥୀ ଭାଦ୍ରବ ମାସର ଶୁକ୍ଲ ପକ୍ଷର ଚତୁର୍ଥୀ ତିଥିରେ ପାଳନ କରାଯାଏ । ଏଥର ବିଘ୍ନହର୍ତ୍ତାଙ୍କ ପୂଜା ଆସନ୍ତା ଅଗଷ୍ଟ ୩୧ ତାରିଖରେ ପଡୁଛି ।
ବିଶେଷ କଥା ହେଉଛି ଭଗବାନ ଗଣେଶ ବୁଧବାରର ଦେବତା । ବୁଧବାର ଗଣେଶ ପୂଜାର ବିଶେଷ ମହତ୍ତ୍ୱ ରହିଛି । ଏଭଳି ସ୍ଥିତିରେ ବୁଧବାର ଗଣେଶ ଚତୁର୍ଥୀ ପଡିବା ଏକ ଶୁଭ ସଙ୍କେତ ।
ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କର ପୂଜା କରାଯାଏ । ବିଶେଷକରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏହି ପୂଜା କରାଯାଇଥାଏ । ଆଲୋକମାଳା ମଣ୍ଡିତ ତୋରଣରେ ସୁସଜ୍ଜିତ ମଣ୍ଡପ ଗୁଡ଼ିକ ଆକର୍ଷକ ହୋଇଥାନ୍ତି ।
ଗଣେଶଙ୍କ ଶ୍ଳୋକ :
ବକ୍ରତୁଣ୍ଡଂ ମହାକାୟ
ସୂର୍ୟ କୋଟି ସମପ୍ରଭ।
ନିର୍ବିଘ୍ନମ୍ କୁରମେ ଦେବ
ସର୍ବ କାର୍ଯ୍ୟେଷୁ ସର୍ବଦା ।।
ଗଣେଶଙ୍କ ପୂଜା ବିଧି :
ଅନେକ ସ୍ଥାନରେ ଗଣେଶ ଜୀଙ୍କର ପାଣ୍ଡ୍ୟାଲ ସୌନ୍ଦର୍ଯ୍ୟମୟ ହୋଇଥାଏ । ଏହି ୧୦ ଦିନ ପାଇଁ ବାପ୍ପାଙ୍କୁ ପ୍ରସନ୍ନ କରିବା ପାଇଁ ଭଗବାନ ଗଣେଶଙ୍କୁ ବିଧି ବିଧାନ ଦ୍ୱାରା ପୂଜା କରାଯାଏ । ପରମ୍ପରା ରହିଛି ଯେ ବିଧି ଅନୁଯାୟୀ ବାପ୍ପାଙ୍କୁ ପୂଜା କଲେ ଘରେ ରିଦ୍ଧି ସିଦ୍ଧି ଓ ସମୃଦ୍ଧି ଆସିଥାଏ ।
ଗଣେଶଙ୍କୁ ଖୁସି କରିବା ପାଇଁ ଚଢ଼ାନ୍ତୁ ଏହିସବୁ ଜିନିଷ :
୧. ମୋଦକ: – ଭଗବାନ ଗଣେଶଙ୍କୁ ମୋଦକ କିମ୍ବା ମୋତିଚୁରର ଲଡୁର ଭୋଗ ଲଗାଇବା ଉଚିତ୍ ।
୨. ଦୁର୍ବ ଘାସ: – ଭଗବାନ ଶ୍ରୀ ଗଣେଶଙ୍କୁ ଖୁସି କରିବା ପାଇଁ ଦୁର୍ବା ଘାସ ଅର୍ପଣ କରାଯିବା ଉଚିତ୍ ।
୩. ସିନ୍ଦୁର: – ଭଗବାନ ଗଣେଶଙ୍କୁ ସିନ୍ଦୁରର ତିଳକ କରିବା ଶୁଭ ବୋଲି ବିବେଚନା କରାଯାଏ ।
୪. କଦଳୀ: – ଭଗବାନ ଗଣେଶଙ୍କୁ ପ୍ରସାଦରେ କଦଳୀ ଦେବା ପ୍ରଥା ରହିଛି ।
୫. ଖିରି : – ପୌରାଣିକ ମାନ୍ୟତା ଅନୁଯାୟୀ ମହାଦେବ କ୍ଷୀରୀଙ୍କୁ ବହୁତ ଭଲ ପାଆନ୍ତି ଓ ଯେତେବେଳେ ଦେବୀ ପାର୍ବତୀ କ୍ଷୀରୀ କରନ୍ତି, ସେତେବେଳେ ଭଗବାନ ଗଣେଶ ଏହାକୁ ବହୁତ ଖୁସିରେ ଖାଇଥା’ନ୍ତି । ତେଣୁ ପୂଜାରେ କ୍ଷୀରୀଙ୍କୁ ମଧ୍ୟ ଅର୍ପଣ କରାଯିବା ଉଚିତ୍ ।