ରୁଷରେ ‘ମଦର ହିରୋଇନ୍’ ଯୋଜନା ଆରମ୍ଭ ! ଜଣେ ମହିଳା ୧୦ରୁ ଅଧିକ ଛୁଆ ଜନ୍ମ କଲେ ମିଳିବ ୧ ମିଲିଅନ ୨୯୪ ଟଙ୍କା
ମସ୍କୋ : ରୁଷରେ ଜନସଂଖ୍ୟା ଚିନ୍ତା । କୋଭିଡ୍ ମହାମାରୀ ଓ ରୁଷ ୟୁକ୍ରେନ୍ ଯୁଦ୍ଧରେ ଲକ୍ଷାଧିକ ଲୋକ ପ୍ରାଶ ହାରାଇବା ପରେ ରୁଷରେ ଉଦବେଗଜନକ ଭାବେ ଜନସଂଖ୍ୟା ହ୍ରାସ ପାଇଛି । ଦେଶରେ ଜନସଂଖ୍ୟା ହ୍ରାସ ପାଉଥିବାରୁ ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ତେଣୁ ଦେଶରେ ଜନସଂଖ୍ୟା ଠିକ୍ କରିବାକୁ ‘ମଦର ହିରୋଇନ୍’ ଯୋଜନା ଆରମ୍ଭ ହୋଇଛି । ରୁଷରେ ଜନସଂଖ୍ୟା ବୃଦ୍ଧି ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି ରାଷ୍ଟ୍ରପତି ପୁଟିନ । ଏଥିରେ ଅଳ୍ପସ୍ୱଳ୍ପ ନୁହଁ ମୋଟା ଅଙ୍କର ମିଳିବ ଅର୍ଥ । ଯେଉଁ ମହିଳାଙ୍କର ୧୦ ଅବା ତାଠାରୁ ଅଧିକ ପିଲା ଅଛନ୍ତି ସେମାନଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ପୁଟିନ୍ । ୧୦ ପିଲା ଥିବା ମହିଳାଙ୍କୁ ଏକ ଲକ୍ଷ ରୁବେଲ ଅର୍ଥାତ୍ ପ୍ରାୟ ୧୩ ଲକ୍ଷରୁ ଅଧିକ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ହେଲେ ଏଥିରେ ଏକ ସର୍ତ ରଖାଯାଇଛି । ୧୦ ତମ ସନ୍ତାନର ବୟସ ବର୍ଷଟେ ପୁରିଲେ ଏବଂ ବାକି ୯ ପିଲା ଜୀବୀତ ଥିଲେ ଉକ୍ତ ମହିଳା ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି କୁହାଯାଇଛି । ଏ ସମ୍ପର୍କରେ ରୁଷ ରାଜନୀତି ଏବଂ ସୁରକ୍ଷା ବିଷେଶଜ୍ଞ ଡ.ଜେନ୍ନି ମମେର୍ଥସ ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ମାର୍ଚ୍ଚ ମାସରେ କୋଭିଡ୍ କାରଣରୁ ରୁଷରେ ଅଧିକ ଲୋକ ପ୍ରାଣ ହରାଇଥିଲେ । ସେହିପରି ୟୁକ୍ରେନ୍ ଯୁଦ୍ଧରେ ପ୍ରାୟ ୫୦,୦୦୦ ସୈନ୍ୟ ପ୍ରାଣ ହାରାଇଛନ୍ତି । ତେଣୁ ଏହି କ୍ଷତିର ଭରଣା ପାଇଁ ରୁଷ ସରକାର ଏହି ଯୋଜନା ପ୍ରଣୟନ କରିଛନ୍ତି । ସେହିପରି ରୁଷରେ ପରିବାର ବଡ଼ ସେମାନେ ଅଧିକ ଦେଶପ୍ରେମୀ ବୋଲି ପୁଟିନ କହିଛନ୍ତି । ସୋଭିଏତ ଏରାକୁ ଫେରାଇ ଆଣିବାକୁ ପୁଟିନ ସରକାରଙ୍କ ଲକ୍ଷ । ଯେଉଁ ମଳିଳାମାନେ ୧୦ରୁ ଅଧିକ ଛୁଆ ଜନ୍ମ କରିବେ ସେମାନଙ୍କୁ ମଦେର ହିରୋଇନ୍ ଆଖ୍ୟା ଦିଆଯିବ ବୋଲି ସେ କହିଛନ୍ତି । ଜେନ୍ନି ମମେର୍ଥସ ଆହୁରି କହିଛନ୍ତି ଯେ, ୧୯୯୦ ପରଠାରୁ ରୁଷ ଜନସଂଖ୍ୟା ସଙ୍କଟ ଦେଇ ଗତି କରୁଛି । ଏହା ପରେ ୨୦୧୯ରେ ଆସିଥିବା କୋଭିଡ୍ ମହାମାରୀ ଦେଶ ପାଇଁ ବଡ଼ ବିପଦ ସାଜିଥିଲା । ମହାମାରୀରେ ଲକ୍ଷାଧିକ ଲୋକ ପ୍ରାଣ ହରାଥିବା ବେଳେ ୟୁକ୍ରେନ ଯୁଦ୍ଧ ସଙ୍କଟ ଏହି ସମସ୍ୟାକୁ ଅଧିକ ତୀବ୍ର କରିଥିଲା ।