ପ୍ରଥମ ଦିନିକିଆ : ଭାରତକୁ ୧୯୦ ରନର ବିଜୟ ଲକ୍ଷ୍ୟ ଦେଲା ଜିମ୍ବାଓ୍ଵେ
ହରାରେ : ଭାରତ ଏବଂ ଜିମ୍ବାୱେ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳାଯାଉଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଜିମ୍ବାଓ୍ଵେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରିନପାରି ୪୦.୩ ଓଭରରେ ୧୮୯ ରନରେ ଅଲଆଉଟ୍ ହୋଇଛି। ଫଳରେ ଭାରତକୁ ବିଜୟ ପାଇଁ ୧୯୦ ରନର ଆବଶ୍ୟକ ରହିଛି । ଜିମ୍ବାଓ୍ଵେ ପକ୍ଷରୁ ଜଣେ ହେଲେ ବ୍ୟାଟସମ୍ୟାନ ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି। ଦଳ ପକ୍ଷରୁ ରେଗିସ୍ ଚକାଓ୍ଵା ସର୍ବାଧିକ ୩୫ ରନ କରିଛନ୍ତି। ରିଚାର୍ଡ ନାଗାରଭା ୩୪ ରନ ଏବଂ ବ୍ରାଡ ଇଭାନ୍ସ ୩୩ ରନ କରିଛନ୍ତି।
ଭାରତୀୟ ଅଧିନାୟକ କେ.ଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ଦଳ ୫୭ ବଲବା ଥାଇ ଅଲଆଉଟ୍ ହୋଇଯାଇଥିଲା। ଜିମ୍ବାୱେର ଆରମ୍ଭ ଭଲ ଦେଖାଯାଉଥିଲା, କିନ୍ତୁ ଚହର ସପ୍ତମ ଓଭରରେ ୨୫ ଦଳଗତ ସ୍କୋରରେ ଇନୋସେଣ୍ଟ କାୟା (୪) କୁ ଆଉଟ୍ କରି ଆୟୋଜକଙ୍କୁ ପ୍ରଥମ ଝଟକା ଦେଇଥିଲେ। ଏହା ପରେ ଦଳ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଭାରତ ପକ୍ଷରୁ ଦୀପକ ଚହର, ଅକ୍ଷର ପଟେଲ୍ ଏବଂ ପ୍ରସିଦ୍ଧ କୃଷ୍ଣା ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।