ବିପର୍ଯ୍ୟୟ ପରିଚାଳନା ଓ ମହାମାରୀ ବିଷୟ ପଢିବେ ସ୍କୁଲ ପିଲା
କଟକ : ଏଥର ନବମ ଓ ଦଶମ ଶ୍ରେଣୀ ବହିରେ ରହିବ ନୂଆ ବିଷୟବସ୍ତୁ । ସ୍କୁଲରେ ବିପର୍ଯ୍ୟୟ ପରିଚାଳନା ଓ ମହାମାରୀ ସମ୍ପର୍କରେ ପଢିବେ ଛାତ୍ରଛାତ୍ରୀ । ଭୂଗୋଳ ଓ ଜୀବ ବିଜ୍ଞାନ ବହିରେ ଏହି ଦୁଇ ବିଷୟବସ୍ତୁ ରହିବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପିଲାଙ୍କୁ ବିପର୍ଯ୍ୟୟ ପରିଚାଳନା ଓ ମହାମାରୀ ବାବଦରେ ଶିକ୍ଷା ଦିଆଯିବ । ବୋର୍ଡ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି ।
ନୂତନ ପାଠ୍ୟକ୍ରମ ବୋର୍ଡ ଓ୍ବେବ ସାଇଟରେ ଉପଲବ୍ଧ ହେବ । www.bseodisha.ac.in ଲଗ୍ ଇନ କରି ନୂତନ ବିଷୟ ବସ୍ତୁ ଜାଣିପାରିବେ । ଏନେଇ ସୂଚନା ଦେବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ପ୍ରଧାନ ଶିକ୍ଷକଙ୍କୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।