ଭୁବନେଶ୍ୱର : ୧୨୯୪ ପଜିଟିଭ୍ ଓ ୮୦୩ ସୁସ୍ଥ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ବୁଧବାର ଆଉ ୧୨୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୦୬୬ କୁ ବୃଦ୍ଧି ପାଇଛି । ସେଥିରୁ ୧୬୩ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୧୧୩୧ ଲୋକାଲ୍ କେସ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୮୦୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ନୟାପଲ୍ଲୀରୁ ସର୍ବାଧିକ ୬୨ ଜଣ ରହିଛନ୍ତି । ସେହିଭଳି ପଟିଆରୁ ୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଡ଼ଗଡ଼ରୁ ୪୬ ଜଣ, ଜଗମୋନହ ନଗରରୁ ୪୪ ଜଣ, ପୁରୁଣା ଭୁବନେଶ୍ୱରରୁ ୪୨ ଜଣ, ରସୁଲଗଡ଼ ଓ ଲକ୍ଷ୍ମୀସାଗରରୁ ୩୬ ଜଣ ଲେଖାଏଁ,ଚନ୍ଦ୍ରଶେଖରପୁରରୁ ୩୪, ବରମୁଣ୍ଡାରୁ ୩୪, ମେଂଚଶ୍ୱରରୁ ୩୨, ସୁନ୍ଦରପଦାରୁ ୩୧ , ଝାରପଦାରୁ ୩୧, ଡୁମଡୁମାରୁ ୨୮ ଆକ୍ରାନ୍ତ ରହିଛନ୍ତି ।
ସେହିପରି ନୟାପଲ୍ଲୀରୁ ୧୨,ଜଣ , ଡୁମଡୁମାରୁ ୯, ଲକ୍ଷ୍ମୀସାଗରରୁ ୮ , ଚନ୍ଦ୍ରଶେଖରପୁରରୁ ୭ ଜଣ ଲେଖାଏଁ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୦୬୬ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୪୫୫୮୧ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୧୧୧୭୮ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୨୮୬ ରହିଛି ।