ଅଗଷ୍ଟରେ ୧୮ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ! ଶୀଘ୍ର ସାରି ନିଅନ୍ତୁ ଜରୁରୀ କାମ, ଜାଣନ୍ତୁ ଛୁଟି ତାଲିକା
ନୂଆଦିଲ୍ଲୀ : ଜୁଲାଇ ମାସ ଶେଷ ହେବାକୁ ଯାଉଛି । ଏହାସହ ସ୍ୱାଧୀନତା ଦିବସ ସମେତ ଅନେକ ପର୍ବ ସହିତ ଅଗଷ୍ଟ ମାସ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ମାସରେ ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ବାସ୍ତବରେ, ପର୍ବଗୁଡ଼ିକ ଯୋଗୁଁ ଅଗଷ୍ଟରେ ବ୍ୟାଙ୍କଗୁଡିକ ୧୩ ଦିନ ପାଇଁ ବନ୍ଦ ରହିବ । ଏହା ବ୍ୟତୀତ ସାପ୍ତାହିକ ଛୁଟି ମଧ୍ୟ ଅଛି ।
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅଗଷ୍ଟ ମାସରେ କେତେ ଦିନ ବ୍ୟାଙ୍କ ଛୁଟି ରହିବ, ତାହାର ଏକ ତାଲିକା ଜାରି କରିଛି । ଅଗଷ୍ଟ ମାସରେ ମୁହର୍ରାମ, ରକ୍ଷା ବନ୍ଧନ, ସ୍ୱାଧୀନତା ଦିବସ, କୃଷ୍ଣ ଜନ୍ମାଷ୍ଟମୀ ଏବଂ ଗଣେଶ ଚତୁର୍ଥୀ ପରି ଅନେକ ପର୍ବ ରହିଛି, ଯେଉଁଥି ପାଇଁ ବ୍ୟାଙ୍କଗୁଡିକରେ କାମ ହେବ ନାହିଁ । ଏହା ବ୍ୟତୀତ ଦ୍ୱିତୀୟ ଓ ଚତୁର୍ଥ ଶନିବାର ସହ ରବିବାର ସାପ୍ତାହିକ ଛୁଟି ଥିବାରୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଏହି ସାପ୍ତାହିକ ଛୁଟିଗୁଡ଼ିକୁ ମିଶାଇ ଅଗଷ୍ଟରେ ସମ୍ପୂର୍ଣ୍ଣ ୧୮ ଦିନ ବ୍ୟାଙ୍କ ଛୁଟି ରହିବ ।
ବିଭିନ୍ନ ରାଜ୍ୟରେ ଅଲଗା ଅଲଗା ଛୁଟି ଦିନ :
ଯଦିଓ ପର୍ବ ମାସରେ ବ୍ୟାଙ୍କରେ ଛୁଟିଦିନ ହେବ, କିନ୍ତୁ ଆପଣ ଆପଣଙ୍କର ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ କାର୍ଯ୍ୟକୁ ଅନଲାଇନ୍ ମୋଡ୍ ରେ ସଂପୂର୍ଣ୍ଣ କରିପାରିବେ । ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବାର ବ୍ୟବହାର ସବୁ ଦିନ ଉପଲବ୍ଧ ରହିବ । ଏହା ସହିତ ଆପଣଙ୍କୁ କହି ରଖୁଛୁ ଯେ ବ୍ୟାଙ୍କ ଛୁଟି ବିଭିନନ୍ନ ରାଜ୍ୟ ଓ ସହରରେ ଅଲଗା ଅଲଗା ହୋଇଥାଏ । ବାସ୍ତବରେ, ବିଭିନ୍ନ ରାଜ୍ୟରେ ପାଳନ କରାଯାଉଥିବା ପର୍ବ କିମ୍ବା ସେହି ରାଜ୍ୟରେ ଘଟୁଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ବ୍ୟାଙ୍କିଙ୍ଗ୍ ଛୁଟି ମଧ୍ୟ ନିର୍ଭର କରେ ।
ଏହି ତାରିଖଗୁଡ଼ିକରେ ବ୍ୟାଙ୍କ ରହିବ ବନ୍ଦ
ଅଗଷ୍ଟ ୧: ଦ୍ରୁପଦ ଶେ-ଜି (ସିକ୍କିମରେ ବ୍ୟାଙ୍କଗୁଡିକ ବନ୍ଦ)
ଅଗଷ୍ଟ ୭: ପ୍ରଥମ ରବିବାର (ସାପ୍ତାହିକ ଛୁଟି)
ଅଗଷ୍ଟ 8: ମୁହର୍ରାମ (ଜମ୍ମୁ କାଶ୍ମୀରରେ ବ୍ୟାଙ୍କଗୁଡିକ ବନ୍ଦ)
ଅଗଷ୍ଟ ୯: ମୁହର୍ରାମ (ଅଗରତାଲା, ଅହମ୍ମଦାବାଦ, ଆଇଜାୱଲ୍, ବେଲାପୁର, ବେଙ୍ଗାଲୁରୁ, ଭୋପାଳ, ଚେନ୍ନାଇ, ହାଇଦ୍ରାବାଦ, ଜୟପୁର, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା, ରାୟପୁର ଏବଂ ରାଞ୍ଚିରେ ବ୍ୟାଙ୍କଗୁଡିକ ବନ୍ଦ)
ଅଗଷ୍ଟ ୧୧: ରକ୍ଷା ବନ୍ଧନ (ସାରା ଦେଶରେ ଛୁଟି)
ଅଗଷ୍ଟ ୧୨: ରକ୍ଷା ବନ୍ଧନ (କାନପୁର-ଲକ୍ଷ୍ନୌରେ ଛୁଟି)
ଅଗଷ୍ଟ ୧୩: ଦ୍ୱିତୀୟ ଶନିବାର (ସାପ୍ତାହିକ ଛୁଟି)
ଅଗଷ୍ଟ ୧୪: ରବିବାର (ସାପ୍ତାହିକ ଛୁଟି)
ଅଗଷ୍ଟ ୧୫: ସ୍ୱାଧୀନତା ଦିବସ
ଅଗଷ୍ଟ ୧୬: ପାର୍ସୀ ନୂତନ ବର୍ଷ (ମୁମ୍ବାଇ-ନାଗପୁରରେ ବ୍ୟାଙ୍କ ବନ୍ଦ)
ଅଗଷ୍ଟ ୧୮: ଜନ୍ମାମାଷ୍ଟମୀ ଛୁଟି ସବୁଆଡେ
ଅଗଷ୍ଟ ୧୯: ଜନମାଷ୍ଟମୀ ଶ୍ରାବଣ ଭାଦ -8 / କୃଷ୍ଣ ଜୟନ୍ତୀ (ଅହମ୍ମଦାବାଦ, ଭୋପାଳ, ଚଣ୍ଡିଗଡ଼, ଚେନ୍ନାଇ, ଗାଙ୍ଗଟୋକ, ଜୟପୁର, ଜମ୍ମୁ, ଗଟନା, ରାୟପୁର, ରାଞ୍ଚି, ଶିଲୋଙ୍ଗ, ଶିମଲା, ଶ୍ରୀନଗର)
ଅଗଷ୍ଟ ୨୦: କୃଷ୍ଣ ଅଷ୍ଟମୀ (ହାଇଦ୍ରାବାଦ)
ଅଗଷ୍ଟ ୨୧: ରବିବାର (ସାପ୍ତାହିକ ଛୁଟି)
ଅଗଷ୍ଟ ୨୭: ଚତୁର୍ଥ ଶନିବାର (ସାପ୍ତାହିକ ଛୁଟି)
ଅଗଷ୍ଟ ୨୮: ରବିବାର (ସାପ୍ତାହିକ ଛୁଟିଦିନ)
ଅଗଷ୍ଟ ୨୯: ଶ୍ରୀମନ୍ଥ ଶଙ୍କରଦେବ ତିଥି (ଗୁଆହାଟି)
ଅଗଷ୍ଟ ୩୧: ଗଣେଶ ଚତୁର୍ଥୀ (ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକରେ ବ୍ୟାଙ୍କ ବନ୍ଦ)