ବସ୍ତାରେ ପ୍ରଥମ ଡେଙ୍ଗୁରୋଗୀ ଚିହ୍ନଟ
ବସ୍ତା : ବାଲେଶ୍ୱର ଜିଲା ଅନ୍ତର୍ଗତ ବସ୍ତା ବ୍ଲକ ଅଞ୍ଚଳରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି । ସେ ହେଲେ ଦୁଧହଂସା ପଞ୍ଚାୟତ ପାଇକପଡ଼ା ଗ୍ରାମର ବଳରାମ ମହତା (୨୭) । ସେ ଚେନ୍ନାଇର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ତାଙ୍କର ଦେହ ଅସୁସ୍ଥ ହେବାରୁ ସେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ତାଙ୍କର ରକ୍ତ ନମୁନା ପରୀକ୍ଷା ପରେ ଡେଙ୍ଗୁ ପଜିଟିଭ ହୋଇଥିବା ଜଣାପଡ଼ିଛି । ସେ ଏବେ ଡେଙ୍ଗୁ ୱାର୍ଡ଼ରେ ଚିକିତ୍ସାଧିନ ଅଛନ୍ତି । ଏହି ଘଟଣା ପରେ ପୁରା ଗ୍ରାମରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି ।