ବିଶ୍ୱ ଆଥଲେଟିକ ଚାମ୍ପିଅନସିପରେ ଇତିହାସ ରଚିଲେ ନୀରଜ ଚୋପ୍ରା, ଜିତିଲେ ରୌପ୍ୟ
୧୯ ବର୍ଷ ପରେ ଭାରତ ଖାତାରେ ଦ୍ୱିତୀୟ ମେଡାଲ
୧୦ନମ୍ବରରେ ରହି ଫାଇନାଲ ରେସରୁ ବାହାରିଲେ ରୋହିତ ଯାଦବ
ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ ଚାମ୍ପିଅନସିପରେ ଇତିହାସ ରଚିଲେ ଗୋଲଡେନ ବଏ ନୀରଜ ଚୋପ୍ରା । ବିଶ୍ୱ ଆଥଲେଟିକ ଚାମ୍ପିଅନସିପରେ ନୀରଜ ଚୋପ୍ରାଙ୍କୁ ମିଳିଛି ରୌପ୍ୟ । ଜାଭଲିନ ଥ୍ରୋ’ର ଚତୁର୍ଥ ରାଉଣ୍ଡରେ ୮୮.୧୩ ମି. ଜାଭଲିନ୍ ଫିଙ୍ଗି ନୀରଜ ଏହି ରୌପ୍ୟ ଜିତିଛନ୍ତି । ସେହିପରି ରୋହିତ ଯାଦବ ୧୦ନମ୍ବରରେ ରହି ଫାଇନାଲ ରେସରୁ ବାହାର ହୋଇଛନ୍ତି ।
ତେବେ ଅଞ୍ଜୁ ବବି ଜର୍ଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ସେ ଏହି ପଦକ ଜିତିଛନ୍ତି । ଅଞ୍ଜୁ ବ୍ରୋଞ୍ଜ ଜିତିଥିଲା ବେଳେ ନୀରଜ ଚୋପ୍ରା ରୌପ୍ୟ ଜିତିଛନ୍ତି । ତେବେ ଏହି ସିଜିନରେ ନୀଜର ଚୋପ୍ରାଙ୍କ ସାନଦାରତ ପ୍ରଦର୍ଶନ ଥିଲା, ଯାହା ଏବେ ପର୍ଯ୍ୟନ୍ତ ଜାରି ରହିଛି । ଏହି ଷ୍ଟାର ଖେଳାଳି ୨ ଥର ନିଜ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନରେ ସୁଧାର କରିଛନ୍ତି ।
ଏହା ପୂର୍ବରୁ ବିଶ୍ୱ ଆଥଲେଟକ୍ସ ଚାମ୍ପିଅନସିପରେ ଭାରତକୁ ଗୋଟିଏ ମେଡାଲ ମିଳିଥିଲା । ଏବେ ଦୀର୍ଘ ୧୯ ବର୍ଷ ପରେ ଭାରତ ଖାତାରେ ଦ୍ୱିତୀୟ ମେଡାଲ ଆସିଛି । ରୌପ୍ୟ ଜିତି ଇତିହାସ ରଚିଛନ୍ତି ଜାଭଲିନ୍ ଥ୍ରୋୟର ନୀରଜ ଚୋପ୍ରା । ନୀରଜଙ୍କର ୩ଟି ଥ୍ରୋ ଫାଉଲ ହେବା ପରେ ଚତୁର୍ଥ ରାଉଣ୍ଡରେ ୮୮.୧୩ ମିଟର ଭାଲା ଫିଙ୍ଗି ରୌପ୍ୟ ପାଇଛନ୍ତି ନୀରଜ । ପ୍ରଥମ ସ୍ଥାନରେ ଅଛନ୍ତି ଗ୍ରେନାଡିଆନ୍ ଜାଭେଲିନ୍ ଥ୍ରୋୟର ଆଣ୍ଡରସନ୍ ପିଟରସନ୍ । ସେ ୯୦.୪୬ ମିଟର ଭାଲା ଫଇଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।