ଭାରତୀୟ ବଂଶୋଦ୍ଭବ ହୁମାଇରା ଗରାସିଆ ହେଲେ ବ୍ରିଟେନର କନିଷ୍ଠ ବାଚସ୍ପତି
ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ହୁମାଇରା ଗରାସିଆ ହେଲେ ବ୍ରିଟେନର ସବୁଠାରୁ କନିଷ୍ଠ ବାଚସ୍ପତି । ୨୫ ବର୍ଷୀୟ ହୁମାଇରା ଗରାସିଆ ଇତିହାସ ରଚି ଲଣ୍ଡନ ବୋରୋ ଅଫ୍ ହ୍ୟାକନିର ସବୁଠୁ କନିଷ୍ଠ ବାଚସ୍ପତି ହୋଇଛନ୍ତି । ଗରାସିଆଙ୍କ ପୂରା ପରିବାର ଗୁଜରାଟର ମୂଳ ବାସୀନ୍ଦା । ତାଙ୍କ ବାପା କମ ବୟସରୁ ବ୍ରିଟେନ ଚାଲି ଯାଇଥିଲେ। ମାତ୍ର ୧୫ ବର୍ଷ ବୟସରେ ଗରାସିୟା ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ । ସେ ନିଜକୁ ଜଣେ ଭାରତୀୟ ବଂଶୋଦ୍ଭବ ଗୁଜରାତୀ ବୋଲି କୁହନ୍ତି । ସେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ରାଜନୀତିରେ ବିଏ କରିଥିଲେ । ଗରାସିଆ କହିଛନ୍ତି, ‘ମୁଁ ବ୍ରିଟେନରେ ଭାରତୀୟ ବଂଶୋଦ୍ଭବ ଭାବେ ସବୁଠୁ କନିଷ୍ଠ ବାଚସ୍ପତି ଏବଂ ଲଣ୍ଡନ ବୋରୋ ଅଫ୍ ହ୍ୟାକନିର ସବୁଠୁ କନିଷ୍ଠ ବାଚସ୍ପତି ହୋଇଛି’।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଗରାସିଆ କହିଛନ୍ତି, ‘୨୦୧୮ ମସିହାରେ ମାତ୍ର ୨୧ ବର୍ଷ ବୟସରେ ମୁଁ କାଉନସିଲର ନିର୍ବାଚିତ ହୋଇଥିଲା ଏବଂ ଏହା ପରେ ଚାରି ବର୍ଷ ଯାଏଁ କାର୍ୟ୍ୟ ସମ୍ଭାଳିଥିଲି । ସେହି ସମୟରେ କାଉନସିଲର ଭାବେ ନିର୍ବାଚିତ ହେବାରେ ସବୁଠୁ କନିଷ୍ଠ ଭାରତୀୟ ବଂଶୋଦ୍ଭବ ନେତା ଥିଲି’। ଗରାସିଆ କହିଛନ୍ତି,’ମୁଁ ଅସମାନତା ପ୍ରସଙ୍ଗ ଉପରେ ଫୋକସ କରିବି ଏବଂ ବର୍ଣ୍ଣବୈଷମ୍ୟ ଏବଂ ଭେଦଭାବ ପରି ପ୍ରସଙ୍ଗର ସମଧାନ କରିବା ଉପରେ ଜୋର ଦେବି’। ଲଣ୍ଡନରେ ଜନ୍ମିତ ଗରାସିଆଙ୍କ ବାପା-ମାଆ ପ୍ରାୟ ୩୫ ବର୍ଷ ତଳେ ଗୁଜରାଟ ଛାଡି ଯାଇଥିଲେ । କିନ୍ତୁ ଗରାସିଆ ଏବେ ବି ପ୍ରତିବର୍ଷ ନିଜ ପରିବାର ସଗ ଭଲସାଡ ଆସନ୍ତି।