ଆଜି ଠାରୁ ୩୧ଟି ଟ୍ରେନ୍ ଚଳାଚଳ ସ୍ଥଗିତ
ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଫଳରେ ସରକାର ଲକଡାଉନ ଓ ସଟଡାଉନ ଭଳି ନିଷ୍ପତ୍ତି ନେବା ସହ ବିଭିନ୍ନ ପ୍ରକାରର କଟକଣା ଲାଗୁ କରିଛନ୍ତି । ଏ ନେଇ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା କମ ରହୁଛି । ଯାତ୍ରୀଙ୍କ ସଂଖ୍ୟା କମ ରହୁଥିବାରୁ ଏବେ ଭାରତୀୟ ରେଳ ଏକ ବଡ଼ ନିଷ୍ପତ୍ତି ନେଇଛି । ଆଜି ଠାରୁ ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ୩୧ଟି ଟ୍ରେନ ଚଳାଚଳ ରଦ୍ଦ କରିଛି ଭାରତୀୟ ରେଳ।
ପୂର୍ବରୁ କେତେକ ରୁଟରେ ଟ୍ରେନ୍ ଚଳାଚଳ ରଦ୍ଦ ହୋଇଥିବା ବେଳେ ଆଜି ପୂର୍ବତଟ ସୀମାନ୍ତ ରେଳବାଇ ପଶ୍ଚିମବଙ୍ଗ ଏବଂ ବିହାର ମଧ୍ୟରେ ଚାଲୁଥିବା ସ୍ପେଶାଲ ଟ୍ରେନଗୁଡିକୁ ରଦ୍ଦ କରିଛି । ରଦ୍ଦ ହୋଇଥିବା ୩୧ଟି ଟ୍ରେନର ତାଲିକା ଜାରି କରିଛି ଭାରତୀୟ ରେଳବାଇ । ଏବେ ସଂକ୍ରମଣ ହାର ଅଧିକ ରହୁଥିବା ବେଳେ ଏହି ନିଷ୍ପତ୍ତି ନେଇଛି ଭାରତୀୟ ରେଳ । ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପୁଣି ଥରେ ସ୍ଥଗିତ କରାଯାଇଥିବା ଟ୍ରେନ ଚଳାଚଳ କରିବ ବୋଲି ଆଶା କରାଯାଉଛି ।