ଆଜି ୧୨ ଘଣ୍ଡିଆ ଢେଙ୍କାନାଳ ବନ୍ଦ ପାଳନ

ଭୁବନେଶ୍ୱର : ଆଜି ୧୨ ଘଣ୍ଡିଆ ଢେଙ୍କାନାଳ ବନ୍ଦ ପାଳନ । ବିଭିନ୍ନ ସଙ୍ଗଠନ ପକ୍ଷରୁ ଏନଏଚ ୫୫ର ଦୂରାବସ୍ଥା ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଥିବା ଜଣାପଡିଛି ।
ଜିଲା ଓକିଲ, ବଣିକ, ବସ୍-ଟ୍ରକ୍ ମାଲିକ, ସାମ୍ବାଦିକ ସଂଘ ପକ୍ଷରୁ ବନ୍ଦ ପାଳନ କରାଯାଉଛି । କଲେଜ ପାଇପାସ୍ ଓ କରିଆଁ ନିକଟରେ ଗାଡ଼ି ମୋଟର ଅଟକାଯାଇଛି । ସହରରେ ଦୋକାନ, ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି ।