ମାଟ୍ରିମୋନି ସାଇଟ୍ରୁ ପରିଚୟ ପରେ ୨୪ ଲକ୍ଷ ଟଙ୍କା ଠକି ନେଲେ ଯୁବତୀ
ଭୁବନେଶ୍ୱର : ମାଟ୍ରିମୋନିଆଲ୍ ସାଇଟରେ ନିଜ ପାଇଁ କନ୍ୟା ଖୋଜିବାକୁ ଯାଇ ୨୪ ଲକ୍ଷ ଟଙ୍କାର ଠକାମିର ଶୀକାର ହୋଇଛନ୍ତି ଜଣେ ଆଇଟି ଇଂଜିନିୟର । ଏନେଇ ଖୋର୍ଦ୍ଧା ଜଟଣୀ ଅଂଚଳର ଜଣେ ଯୁବକ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଛନ୍ତି ।
ଯୁବକଙ୍କ ଅଭିଯୋଗ ଅନୁଯାୟୀ ବିବାହ ପାଇଁ ସେ ମାଟ୍ରିମୋନି ସାଇଟ୍ ରେ ରେଜିଷ୍ଟ୍ରେସନ୍ କରିଥିଲେ । ସେଠାରେ ସର୍ଚ୍ଚ କରୁଥିବା ବେଳେ ଜଣେ ଯୁବତୀଙ୍କ ହାବୁଡ଼ରେ ପଡ଼ିଥିଲେ । ଯୁବତୀ ଜଣକ ନିଜକୁ ବାଲେଶ୍ୱର ଜିଲ୍ଲାର ଝିଅ ବୋଲି ପରିଚୟ ଦେଇଥିଲେ । ନିଜର ନାଁ ପ୍ରିୟା ଗୁପ୍ତା କହିଥିଲେ । ସେ କାଲିଫର୍ଣ୍ଣିଆରେ ରହି ମେଡିକାଲ ପଢୁଥିବା କହିଥିଲେ । ପରିଚୟ ପରେ ଉଭୟ ଦୀର୍ଘ ଦିନ ଧରି ଚାଟିଂ କରୁଥିଲେ । ଦୀର୍ଘ ୬ ମାସ ଧରି ଚାଲିଥିଲା ଏମିତି କଥାବାର୍ତା । ପ୍ରିୟା ୭୦ ହଜାର ଡଲାର ଧରି ଭାରତ ଆସିଥିବା ବେଳେ ଦିଲୀ ବିମାନ ବନ୍ଦରରେ ଫସି ଯାଇଥିବା ଯୁବକଙ୍କୁ କହିଥିଲେ । ସେହି ଡଲାର ମୁକୁଳାଇବା ପାଇଁ ଟଙ୍କା ମାଗିଥିଲେ । ତାଙ୍କ କଥାରେ ପଡ଼ି ଯୁବକ ଜଣକ ଟଙ୍କା ଦେଇଥିଲେ । ଏମିତି ବିଭିନ୍ନ ସମୟରେ ମୋଟ୍ ୨୪ ଲକ୍ଷ ଟଙ୍କା ନେଇ ଠକିଥିବା ଯୁବକ ଜଣକ ଅଭିଯୋଗ କରିଛନ୍ତି ।