୧୬ରେ ଉତରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଉଦ୍ଘାଟନ କରିବେ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୬ ତାରିଖରେ ଉତରପ୍ରଦେଶ ଗସ୍ତ କରିବେ ଏବଂ ଜଲାଉନ୍ ଜିଲାର ଓରାଇ ତହସିଲ ଅର୍ନ୍ତଗତ କାଇଥେରୀ ଗ୍ରାମରେ ପୂର୍ବାହ୍ନ ପ୍ରାୟ ୧୧.୩୦ ରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କରିବେ ।
ସାରା ଦେଶରେ ଯୋଗାଯୋଗ ବୃଦ୍ଧି ପାଇଁ ସରକାର ପ୍ରତିବଦ୍ଧ, ଯାହାର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ସଡକ ଭିତିଭୂମିରେ ଉନ୍ନତି ଆଣିବା । ଏହି ଦିଗରେ ୨୯ ଫେବୃଆରୀ, ୨୦୨୦ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ର୍ନିମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଥିଲା । ଏକ୍ସପ୍ରେସୱେରେ କାର୍ଯ୍ୟ ୨୮ ମାସ ମଧ୍ୟରେ ଶେଷ ହୋଇଛି ଏବଂ ବର୍ତମାନ ଏହା ପ୍ରଧାନମନ୍ତ୍ରୀ ଦ୍ୱାରା ଉଦଘାଟିତ ହେବ ।
ଉତରପ୍ରଦେଶ ଏକ୍ସପ୍ରେସୱେ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଂଟ ଅଥରିଟି (ୟୁପିଇଆଇଡିଏ)ଙ୍କ ଅଧୀନରେ ପ୍ରାୟ ୧୪,୮୫୦ କୋଟି ଟଙ୍କା ବ୍ୟୟରେ ୨୯୬ କିମି ଦୀର୍ଘ ଚାରି ଲେନ ବିଶିଷ୍ଟ ଏକ୍ସପ୍ରେସୱେ ର୍ନିମାଣ କରାଯାଇଛି ଏବଂ ପରେ ଏହା ୬ ଲେନ୍ ପର୍ଯ୍ୟନ୍ତ ବିସ୍ତାର ହୋଇପାରିବ । ଏହା ଚିତ୍ରକୂଟ ଜିଲ୍ଲାର ଭରତକୂପ ନିକଟ ଗୋଣ୍ଡା ଗ୍ରାମରେ ଏନ୍ଏଚ୍-୩୫ ଠାରୁ ଏଟାୱା ଜିଲ୍ଲାର କୁଡରେଲ ଗ୍ରାମ ପର୍ଯ୍ୟନ୍ତ ବିସ୍ତୃତ ହୋଇଛି, ଯେଉଁଠାରେ ଏହା ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେ ସହିତ ମିଶ୍ରିତ ହୋଇଛି । ଏହା ସାତଟି ଜିଲା ଦେଇ ଯାଇଛି ଯଥା ଚିତ୍ରକୂଟ, ବଣ୍ଡା, ମହୋବା, ହମିରପୁର, ଜଲାଉନ୍, ଅରାୟା ଏବଂ ଏଟାୱା ।
ଏହି ଅଂଚଳରେ ଯୋଗାଯୋଗକୁ ସୁଦୃଢ କରିବା ସହିତ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ମଧ୍ୟ ଅର୍ଥନୈତିକ ବିକାଶରେ ଏକ ବଡ଼ ଉତ୍ସ ଦେବ, ଯାହାଦ୍ୱାରା ସ୍ଥାନୀୟ ଲୋକଙ୍କ ପାଇଁ ହଜାର ହଜାର ନିଯୁକ୍ତି ସୃଷ୍ଟି ହେବ । ଏକ୍ସପ୍ରେସୱେ ପାଖରେ ଥିବା ବଣ୍ଡା ଏବଂ ଜଲାଉନ୍ ଜିଲ୍ଲାରେ ଶିଳ୍ପ କରିଡର ର୍ନିମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି ।