ମାଗଣାରେ ମିଳିବ କୋରୋନାର ବୁଷ୍ଟର ଡୋଜ; ଏହି ତାରିଖରୁ ଆରମ୍ଭ ହେବ ଅଭିଯାନ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବୁଷ୍ଟର୍ ଡୋଜ୍ ମଧ୍ୟ ବର୍ତ୍ତମାନ ଲୋକଙ୍କୁ ମାଗଣାରେ ଯୋଗାଇବାକୁ ପ୍ରସ୍ତୁତ । ୧୮ ରୁ ୫୯ ବର୍ଷ ବୟସର ଲୋକମାନେ ସରକାରୀ କେନ୍ଦ୍ରରେ ଏହି ସୁବିଧା ପାଇବେ ।
India is celebrating 75 years of independence. On the occasion of Azadi ka Amrit Kaal, it has been decided that from 15th July 2022 till the next 75 days, citizens above 18 years of age will be given booster doses free of cost: Union Minister Anurag Thakur pic.twitter.com/Qai76dFVW7
— ANI (@ANI) July 13, 2022
ସରକାରୀ ସୂତ୍ର ଅନୁସାରେ, ଜୁଲାଇ ୧୫ ରୁ ଏକ ସ୍ୱତନ୍ତ୍ର ଅଭିଯାନ ଅଧୀନରେ ଏହି ସୁବିଧା ଆରମ୍ଭ ହେବ । ଏହି ଅଭିଯାନ ୭୫ ଦିନ ଚାଲିବ ବୋଲି ସୂତ୍ରରୁ ପ୍ରକାଶ । ଏହା ଅଧୀନରେ ଲୋକମାନେ ପୂର୍ବରୁ ଦିଆଯାଇଥିବା ଦୁଇଟି ଟିକା ଡୋଜ ପରି ସରକାରୀ କେନ୍ଦ୍ରକୁ ଯାଇ ବୁଷ୍ଟର ଡୋଜ ନେଇପାରିବେ । କହିରଖୁଛୁ ଯେ କୋରୋନା ସଂକ୍ରମଣର ହାର କିଛି ଦିନ ଧରି ବଢ଼ିବାରେ ଲାଗିଛି ଓ ଏହି କାରଣରୁ ସରକାର ଏକ ବୁଷ୍ଟର ଡୋଜ ନେବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ଅବଶ୍ୟ, ଏକ ବିଭାଗରୁ ଦାବି ଥିଲା ଯେ ବୁଷ୍ଟର୍ ଡୋଜ୍ ପୂର୍ବ ଦୁଇଟି ଡୋଜ ପରି ମାଗଣାରେ ଯୋଗାଇ ଦିଆଯିବା ଉଚିତ୍ । ଏହି ସମୟରେ ସରକାର ଏହି ଟିକାକୁ ମାଗଣାରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।