ମାଲକାନଗିରିରେ ଲଗାଣ ବର୍ଷା : କାଲୁର ବ୍ରିଜ ନିକଟ ରାସ୍ତା ବୁଡି ଆନ୍ଧ୍ର-ଛତିଶଗଡ଼ ସଂଯୋଗ ରାସ୍ତା ବିଛିହ୍ନ
ମାଲକାନଗିରି : ଲଗାଣ ବର୍ଷାରେ ଉବୁଟୁବୁ ମାଲକାନଗିରି ଜିଲା । ଜିଲାରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଛି। ଏଥିଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ସାବାରୁ ଓ ସିଲେରୁ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଆନ୍ଧ୍ର ଓ ଛତିଶଗଡ଼କୁ ସଂଯୋଗ କରୁଥିବା କାଲୁର ବ୍ରିଜ ନିକଟରେ ଥିବା ରାସ୍ତା ବୁଡିଯାଇଛି । ଏଥିଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତା ଉପରେ ପାଣି ଚାଲୁଥିବାରୁ ଛତିଶଗଡ଼ ଓ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗତକାଲି ମାଲକାନଗିରି ଜିଲାରେ ୯୭.୭୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।