କରୋନାର ଦ୍ଵିତୀୟ ଲହର ଯୁବଗୋଷ୍ଠୀକୁ ଅଧିକ କ୍ଷତି ହେଉଛି : ଆଇସିଏମ୍ଆର
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସର ଦ୍ଵିତୀୟ ଲହର ମଧ୍ୟରେ ଭାରତୀୟ ଆୟୁବିଜ୍ଞାନ ଗବେଷଣା ପରିଷଦ (ଆଇସିଏମଆର) ଏହାର ବିକରାଳ ରୂପ ନେଇ ପ୍ରତିକ୍ରିୟା ଦେଇଛି । ଆଇସିଏମ୍ଆରର ପ୍ରମୁଖ କହିଛନ୍ତି ଯେ, ଯୁବଗୋଷ୍ଠୀ ଅଧିକ ବାହାରକୁ ଯାଉଛନ୍ତି । ଏଥି ପାଇଁ ସେମାନେ ଅଧିକାଂଶ ପ୍ରଭାବିତ ହେଉଛନ୍ତି ।
ଆଇସିଏମ୍ଆରର ମୁଖ୍ୟ ଡା. ବଳରାମ ଭାର୍ଗବ କହିଛନ୍ତି ଯେ, କରୋନାର ପ୍ରଥମ ଓ ୨ୟ ଲହର ତଥ୍ୟ ସୂଚନା ପ୍ରଦାନ କରୁଛି ଯେ, ବୟସର ଅଧିକ ତାରତମ୍ୟ ନାହିଁ । ସେ କହିଛନ୍ତି ଯେ, ୪୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି । ଆମେ ଜାଣିବାକୁ ପାଇଛୁ ଯେ, ଯୁବଗୋଷ୍ଠୀର ଲୋକେ ଅଧିକ ସଂକ୍ରମିତ ହେଉଛନ୍ତି । କାରଣ ସେମାନେ ବାହାରକୁ ଯାଉଛନ୍ତି ଏବଂ ଦେଶରେ କରୋନା ଭାଇରସର କିଛି ସ୍ୱରୂପ ପୂର୍ବରୁ ରହିଛି, ଯେଉଁମାନଙ୍କୁ ପ୍ରଭାବିତ କରୁଛି ବୋଲି ଶ୍ରୀ ଭାର୍ଗବ କହିଛନ୍ତି । ଭାରତ କରୋନା ଭାଇରସ ମହାମାରୀର ୨ୟ ଲହର ସମ୍ମୁଖୀନ ହେଉଛି । ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ଯୁବଗୋଷ୍ଠୀର ଅଧିକାଂଶ ମୃତ୍ୟୁ ହୋଇଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ହସ୍ପିଟାଲରେ ବେଡ, ଅକ୍ସିଜେନର ସଂକଟ ଦେଖାଯାଉଛି ।