ପାଲେଷ୍ଟାଇନରେ ରକେଟ ଆକ୍ରମଣ, ଜଣେ ମହିଳା ମୃତ
ଇସ୍ରାଏଲ : ଇସ୍ରାଏଲର ପାଲେଷ୍ଟାଇନରେ ରକେଟ ଆକ୍ରମଣ । ଏଥିରେ ଭାରତୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ମହିଳାଙ୍କ ଜଣଙ୍କ କେରଳ ନିବାସୀ ବୋଲି ଜଣାପଡିଛି । ପରିବାର ସଦସ୍ୟ କହିବା ମୁତାବକ ଆସ୍କେଲନ୍ ସହରର ୩୧ ବର୍ଷୀୟ ସୋମିଆଙ୍କ ଘରେ ଏହି ରକେଟ୍ ପଡିଥିଲା । ମୃତ ମହିଳା ଜଣଙ୍କ ସନ୍ଧ୍ୟାରେ କେରଳରେ ଥିବା ତାଙ୍କ ସ୍ୱାମୀ ସନ୍ତୋଷଙ୍କ ସହ ଏକ ଭିଡିଓ କଲରେ କଥା ହେଉଥିବା ବେଳେ ରକେଟ ଆକ୍ରମଣ ହୋଇଥିଲା ।
ସନ୍ତୋଷଙ୍କ ଭାଇ ସାଜି ଏଜେନ୍ସିକୁ କହିଛନ୍ତି, “ମୋ ଭାଇ ଭିଡିଓ କଲ୍ ସମୟରେ ଏକ ଜୋରରେ ଶବ୍ଦ ଶୁଣିଥିଲେ । ହଠାତ୍ ଫୋନ୍ ସଂଯୋଗ ବିଚ୍ଛିନ୍ନ ହୋଇଗଲା । ତା’ପରେ ଆମେ ସଙ୍ଗେ ସଙ୍ଗେ ସେଠାରେ କାର୍ଯ୍ୟ କରୁଥିବା ଅନ୍ୟ ମାଲାୟାଲୀ ଲୋକଙ୍କ ସହ ଯୋଗାଯୋଗ କଲୁ । ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲୁ । ତାଙ୍କ ସମ୍ପର୍କୀୟ କହିଛନ୍ତି ଯେ ଇଡୁକି ଜିଲ୍ଲାର କିରିଥୋଡୁରୁ ଆସିଥିବା ସୋମିଆ ଗତ ସାତ ବର୍ଷ ଧରି ଇସ୍ରାଏଲରେ ଘରୋଇ ସହାୟତା ଭାବରେ କାର୍ଯ୍ୟ କରିଆସୁଥିଲେ । ଏହି ଘଟଣା ବିଷୟରେ ଏପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି । ଇସ୍ରାଏଲ୍ ଏବଂ ପାଲେଷ୍ଟାଇନୀୟମାନଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଆତଙ୍କବାଦୀ ଗୋଷ୍ଠୀ ଗାଜାରେ ଇସ୍ରାଏଲକୁ ରକେଟ୍ ଫିଙ୍ଗିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଏହି ଆକ୍ରମଣରେ ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ପାଲେଷ୍ଟାଇନ ଅଞ୍ଚଳରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନଅ ଜଣ ଶିଶୁଙ୍କ ସମେତ ୨୦ ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ହୋଇଥିଲା ।