ସିରିଜ୍ କ୍ଲିନ୍ ସ୍ୱିପ୍ କରି ଇତିହାସ ରଚିବା ଲକ୍ଷ୍ୟରେ ରୋହିତ ଶର୍ମା
ମୁମ୍ବାଇ : ଭାରତ-ଇଂଲଣ୍ଡ ଟି-୨୦ ସିରିଜର ଅନ୍ତିମ ତଥା ତୃତୀୟ ମ୍ୟାଚ୍ ଆଜି ନଟ୍ଟିଙ୍ଘମ୍ରେ ଖେଳାଯିବ। ଗତ ଶନିବାର ଏଜବେଷ୍ଟନରେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ। ଏହି ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ଆଗୁଆ କବଜା କରିଛି ରୋହିତ ବାହିନୀ।
ଏହି ମ୍ୟାଚ ବିଜୟ ସହ ସିରିଜ୍ କ୍ଲିନ୍ ସ୍ୱିପ୍ କରି ଇତିହାସ ରଚିବା ଲକ୍ଷ୍ୟରେ ଅଛନ୍ତି ଅଧିନାୟକ ରୋହିତ ଶର୍ମା। ଟି-୨୦ରେ ଲଗାତର ସର୍ବାଧିକ ମ୍ୟାଚ୍ ଜିତିବାରେ ରୋହିତ ଶର୍ମା ଆଗରେ ଅଛନ୍ତି। ୨୦୧୯ ଠାରୁ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ କ୍ୟାପ୍ଟେନ୍ ହେବା ପରେ ସେ ଟି-୨୦ ମ୍ୟାଚ୍ ଜିତିଆସୁଛନ୍ତି। କ୍ରିକେଟ୍ର ସବୁ ଫର୍ମାଟ୍ରେ ରୋହିତ ଲଗାତର ୧୯ ମ୍ୟାଚ୍ ଜିତିସାରିଥିବା ବେଳେ ସେଧିମଧ୍ୟରୁ କେବଳ ୧୪ଟି ମ୍ୟାଚ୍ ଟି-୨୦ ରହିଛି। ସେହିପରି ଯଦି ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ର ଆଜିର ମ୍ୟାଚ୍ ଜିତି ସିରିଜ୍ କ୍ଲିନ ସ୍ୱିପ୍ କଲେ ତେବେ ରୋହିତ୍ ଅଷ୍ଟ୍ରେଲିଆର ପୂର୍ବତନ ସଫଳ କ୍ୟାପ୍ଟେନ୍ ରିକି ପଣ୍ଟିଂ ସମକକ୍ଷ ହେବେ। କାରଣ ରିକି ପଣ୍ଟିଂ କ୍ୟାପ୍ଟେନ୍ସିପ୍ କରି ୨୦୦୩ରେ ଲଗାତର ୨୦ଟି ମ୍ୟାଚ୍ ଜିତି ରେକର୍ଡ କରିଥିଲେ। ବର୍ତ୍ତମାନ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ର ପୁରୁଷ ବର୍ଗରେ ରିକି ପଣ୍ଟିଂ କ୍ୟାପ୍ଟେନ୍ ଭାବରେ ଲାଗତର ସର୍ବାଧିକ ୨୦ ମ୍ୟାଚ୍ ଜିତିବାର ରେକର୍ଡ କରିଛନ୍ତି। ଯଦି ରୋହିତ ଆଜରି ମ୍ୟାଚ୍ ଜିତିଯିବେ ତେବେ ସେ ମଧ୍ୟ ଲଗାତର ୨୦ ମ୍ୟାଚ୍ ଜିତିବାର ରେକର୍ଡ କରିବେ।
ସୂଚନା ଯେ, ପ୍ରଥମେ ମ୍ୟାଚ୍ ୫୦ ରନ୍ ଓ ଦ୍ୱିତୀୟ ମ୍ୟାଚ୍ ୪୯ ରନ୍ରେ ଜିତି ଟିମ୍ ଇଣ୍ଡିଆ ସିରିଜ୍ କବ୍ଜା କରିବା ପରେ କ୍ୟାପ୍ଟେନ୍ ଭାବରେ ରୋହିତ ଶର୍ମା ଏବେ ରେକର୍ଡ କରିବାକୁ ଯାଉଛନ୍ତି। ଯଦି ସେ ଆଜିର ମ୍ୟାଚ୍ ଜିତିଯାଆନ୍ତି ତେବେ ସେ ଭାରତୀୟ କ୍ୟାପ୍ଟେନ୍ ଭାବେ ଇତିହାସ ରଚିବେ। କାରଣ ଗତକାଲିର ବିଜୟକୁ ମିଶାଇଲେ ରୋହିତ ଶର୍ମା କ୍ୟାପ୍ଟେନ୍ ଭାବରେ ଲଗାତର ୧୯ଟି ମ୍ୟାଚ୍ ଜିତିସାରିଲେଣି।