ବିପଦରେ ଗଜରାଜ! ବାରହା ଫାଶରେ ପଡି ଦନ୍ତା ମୃତ

ଢେଙ୍କାନାଳ : ବିପଦରେ ଗଜରାଜ । ଏହି ପରିପ୍ରେକ୍ଷୀରେ ହିନ୍ଦୋଳ ବନାଞ୍ଚଳରେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଫାଶରେ ପଡି ଏକ ଦନ୍ତା ହାତୀ ମୃତ ।
ଅସରଡ଼ା ଗ୍ରାମ ନିକଟରେ ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବିଦ୍ୟୁତ ଫାଶରେ ଦନ୍ତା ହାତୀ ପଡି ଯାଇଥିବା ଜଣାପଡିଛି । ଖଜୁରିଆକଟା ସେକ୍ସନ ଅନ୍ତର୍ଗତ ଅସରଡ଼ା ଗ୍ରାମ ଖେଳପଡ଼ିଆ ନିକଟରେ ଏହି ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି । ମୃତ ହାତୀର ବୟସ ୨୫ ରୁ ୩୦ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ଘଟଣାସ୍ଥଳରେ ହିନ୍ଦୋଳ ବନ କର୍ମଚାରୀମାନେ ପହଞ୍ଚି ତଦନ୍ତ କରିଛନ୍ତି ।