ଭାରତରେ ବ୍ୟାପୁଛି ଟ୍ରିପଲ ମ୍ୟୁଟାଂଟ : ‘ହୁ’
ନୂଆଦିଲ୍ଲୀ : ସାରା ବିଶ୍ୱରେ ଏବେ କୋଭିଡ୍ ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ଗ୍ରେଟ୍ ବ୍ରିଟେ୍ନ୍ ଏବଂ ଅନ୍ୟ ଦୁଇଟି ରାଷ୍ଟ୍ରରେ ବିଗତ ୨୪ ଘଂଟା ମଧ୍ୟରେ କୌଣସି ରୋଗୀଙ୍କର ମୃତ୍ୟୁ ଘଟିନାହିଁ । ତେବେ ଭାରତ ବର୍ଷରେ ସାମାଜିକ ଦୂରଦା ନିୟମକୁ ସାଧାରଣ ଜନତା ମାନୁନଥିବା ଯୋଗୁଁ ଦେଶରେ ଟିପ୍ରଲ ମ୍ୟୁଟାଂଟ ବଢ଼ିବାରେ ଲାଗିଛି । କରୋନାର ଦ୍ୱିତୀୟ ଲହର ସମୟରେ ସରକାର ମଧ୍ୟ ଲୋକଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଲୋକେ ତାହା ପାଳନ କରୁନାହାନ୍ତି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର କୋଭିଡ୍ ମୁଖ୍ୟ ଡା. ମାରିଆଭାନ୍ ଟେରିକୋଭ କହିଛନ୍ତି କି ଭାରତରେ ଏବେ ବି.୧.୬୧୭ ଧରଣର ଟ୍ରିପଲ ମ୍ୟୁଟାଂଟ ବ୍ୟପିବାରେ ଲାଗିଛି । ଯାହା ଅତ୍ୟନ୍ତ ଭୟଙ୍କର ଓ ସଂକ୍ରମଣ ଆଶଙ୍କାକୁ ବଢ଼ାଇ ଦେଉଛି । ତେଣୁ ଲୋକମାନେ ଯଥା ସମ୍ଭବ ଆବଶ୍ୟକତା ନଥିଲେ ଘରୁ ନବାହାରିବାକୁ ଅନୁରୋଧ କରିଛନ୍ତି । ଏହି ଧରଣର କୋଭିଡ୍ ଭୂତାଣୁ ବାୟୁରେ ମଧ୍ୟ ପ୍ରବାହିତ ହେଉଛି । ତେଣୁ ଡବଲ ମାସ୍କ ପିନ୍ଧିବା ଅତ୍ୟନ୍ତ ଜରୁରୀବୋଲି କହିଛନ୍ତି । ଏପରିକି କୋଭିଡ୍ ଟୀକାକୁ ମଧ୍ୟ ଏହି ଭୂତାଣୁ ନଷ୍ଟ କରିଦେବାର ଆଶଙ୍କା ରହୁଛି । ଟୀକା ନେବାର ୨୮ଦିନ ପରେ ଦେହରେ ରୋଗୀପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିଲେ ମଧ୍ୟ ଏହି ଟ୍ରିପଲ ମ୍ୟୁଟାଂଟ ରୋଗ ପ୍ରତିରୋଧକ କ୍ଷମତାକୁ ନଷ୍ଟ କରି ଫୁସ୍ଫୁସ୍ରେ ସଂକ୍ରମିତ ହେଉଛି । ତେଣୁ ସରକାର ସଟ୍ଡାଉନ୍ ଘୋଷଣା କରିବାସହ ରାସ୍ତାରେ ଗହଳି ନ କରିବାକୁ ସଂପୃକ୍ତ ଅଧିକାରୀ ପରାମର୍ଶ ଦେଇଛନ୍ତି । ଏହା ସହିତ କେତେକ ରୋଗୀଙ୍କ ଶରୀରରେ ବ୍ଲାକ ଫଙ୍ଗସ୍ ସୃଷ୍ଟି ହେଉଥିବା ଯୋଗୁଁ ସଂପୃକ୍ତ ଅଧିକାରୀ ଜଣକ ଉଦ୍ବେଗ ପ୍ରକାଶ କରିଛନ୍ତି । ବ୍ରିଟେନ୍ ଆମେରିକ ଓ ସ୍କଟଲ୍ୟାଣ୍ଡରେ ମଧ୍ୟ ଏଭଳି ବ୍ଲାକ ଫଙ୍ଗସ୍ ସୃଷ୍ଟି ହେଉଥିବା ନଜିର ଆସିଛି ।