ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ମୋର୍ଗାନ
ନୂଆଦିଲ୍ଲୀ : ଇଂଲଣ୍ଡର ସୀମିତ ଓଭର ଫର୍ମାଟ୍ ଅଧିନାୟକ ଇଏନ୍ ମୋର୍ଗାନ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୫ ବର୍ଷୀୟ ମୋର୍ଗାନ ଇଂଲଣ୍ଡର ସବୁଠୁ ଅଧିକ ରନ କରିଥିବା ଖେଳାଳି ସହ ଦିନିକିଆ କ୍ରିକେଟରେ ଦଳର ସବୁଠୁ ସଫଳ ଅଧିନାୟକ। ମୋର୍ଗାନ ଇଂଲଣ୍ଡ ପାଇଁ ୨୨୫ ଦିନିକିଆରେ ୧୩ ଶତକ ସହ ୬୯୫୭ ରନ କରିଛନ୍ତି। ମୋଟ୍ ଉପରେ ମୋର୍ଗାନ ୨୪୮ ଦିନିକିଆ ସହ ୭୭୦୧ ରନ କରିଛନ୍ତି। ଏଥିରେ ୧୪ ଶତକ ସାମିଲ୍।
You’ve changed English cricket forever.
— England Cricket (@englandcricket) June 28, 2022
An innovator ? A motivator ? A champion ?
Your legacy will live on…#ThankYouMorgs ❤️ pic.twitter.com/a32SSvCDXI
ସେ ୧୨୬ଟି ଦିନିକିଆରେ ଇଂଲଣ୍ଡର ନେତୃତ୍ଵ ନେଇଛନ୍ତି। ଏଥିରୁ ଇଂଲଣ୍ଡ ୭୬ଟି ମ୍ୟାଚ୍ ଜିତିଥିବା ବେଳେ ବିଜୟ ପ୍ରତିଶତ ୬୫.୨୫ ରହିଛି। ତାଙ୍କ ଅଧିନାୟକତ୍ଵରେ ଇଂଲଣ୍ଡ ୨୦୧୯ରେ ନିଜର କ୍ରିକେଟ୍ ଇତିହାସରେ ପ୍ରଥମ ବିଶ୍ଵ କପ୍ ଜିତିବାରେ ସଫଳ ହୋଇଥିଲା।୨୦୧୫ରେ ଆଲିଷ୍ଟର କୁକ୍ଙ୍କ ପରେ ସୀମିତ ଓଭର କ୍ରିକେଟରେ ଇଂଲଣ୍ଡର ନେତୃତ୍ଵ ନେଇଥିଲେ। ମୋର୍ଗାନ ୧୨୬ ଦିନିକିଆ ଏବଂ ୭୨ଟି ଟି-୨୦ ଅନ୍ତର୍ଜାତୀୟରେ ଅଧିନାୟକତ୍ଵ କରିଛନ୍ତି। ତାଙ୍କ ନେତୃତ୍ଵରେ ଇଂଲଣ୍ଡ ୨୦୧୬ ଟି-୨୦ ବିଶ୍ଵ କପରେ ଉପ ବିଜେତା ରହିଥିଲା। ପରେ ୨୦୧୯ ଦିନିକିଆ ବିଶ୍ଵ କପରେ ଦଳ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା। ୨୦୦୯ରେ ଇଂଲଣ୍ଡ ପାଇଁ ଖେଳିବା ପୂର୍ବରୁ ମୋର୍ଗାନ ଆୟରଲାଣ୍ଡର ପ୍ରତିନିଧିତ୍ଵ କରିଥିଲେ। ମୋର୍ଗାନ ୨୦୧୦ ରୁ ୨୦୧୨ ମଧ୍ୟରେ ୧୬ଟି ଟେଷ୍ଟ ଖେଳିଛନ୍ତି। ମୋର୍ଗାନ ଜଣେ ସଫଳ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟର ଥିଲେ। ସେ ୧୧୫ଟି ମ୍ୟାଚ୍ରେ ୧୪ ଅର୍ଦ୍ଧଶତକ ଏବଂ ୧୩୬.୧୮ ଷ୍ଟ୍ରାଇକ ରେଟରେ ୨୪୫୮ ରନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ସଫଳ ଟି-୨୦ ଅଧିନାୟକ। ତାଙ୍କ ନେତୃତ୍ଵରେ ଦଳ ୭୨ଟି ମୁକାବିଲାରୁ ୪୨ଟି ଜିତିଛି। ମୋର୍ଗାନ ଗତ କିଛି ସମୟ ଧରି ଖରାପ ଫର୍ମ ଦେଇ ଗତି କରୁଥିଲେ। ନିଜର ଗତ ୨୮ ଅନ୍ତର୍ଜାତୀୟ ମ୍ୟାଚରେ ମାତ୍ର ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କ ସ୍ଥାନରେ ଜୋସ୍ ବଟଲରଙ୍କୁ ଦିନିକିଆ ଏବଂ ଟି-୨୦ ଦଳର ଅଧିନାୟକ କରାଯାଇପାରେ।