ଅଗ୍ନିପଥ ଯୋଜନା : ବାୟୁସେନାରେ ନିଯୁକ୍ତି ପାଇଁ ରେଜିଷ୍ଟ୍ରେସନ କଲେଣି ୫୬,୯୬୦ ପ୍ରାର୍ଥୀ
ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନାକୁ ନେଇ ଦେଶର ଅନେକ ସ୍ଥାନରେ ବିରୋଧ ତଥା ହିଂସା ପରିଲକ୍ଷିତ ହୋଇଥିଲା । କିନ୍ତୁ ବାସ୍ତବ ଚିତ୍ର ଓଲଟା ଦେଖିବାକୁ ମିଳିଛି । ଭାରତୀୟ ବାୟୁସେନା ଅଗ୍ନିପଥ ଯୋଜନାରେ ଗତ ରବିବାର ସୁଦ୍ଧା ମାତ୍ର ୩ ଦିନ ମଧ୍ୟରେ ୫୬ହଜାର ୯୬୦ ଜଣ ରେଜିଷ୍ଟ୍ରେସନ କରିଥିବା ଜଣାପଡିଛି । ଭାରତୀୟ ବାୟୁସେନା ପକ୍ଷରୁ ଏନେଇ ଟ୍ୱିଟରରେ ସୂଚନା ଦିଆଯାଇଛି । ଭାରତୀୟ ବାୟୁସେନା ପକ୍ଷରୁ ରବିବାର ଟ୍ୱିଟ୍ କରି କୁହାଯାଇଛି ଯେ, ଅଗ୍ୱିପଥ ଯୋଜନାରେ ୫୬୯୬୦ ଜଣ ଆବେଦନ କରିଛନ୍ତି । ଯେଉଁଥିରୁ ଭବିଷ୍ୟତର ଅଗ୍ୱିବୀର ତିଆରି ହେବେ । ଜୁଲାଇ ୫ ତାରିଖ ଯାଏଁ ଆବେଦନ କରାଯାଇପାରିବ ବୋଲି ସେନା ପକ୍ଷରୁ କୁହାଯାଇଛି ।
ସୂଚନା ଯେ, ଗତ ୧୪ ତାରିଖରେ ସରକାର ଅଗ୍ନିପଥ ଯୋଜନା ଆମ୍ଭ କରି କହିଥିଲେ ଯେ, ୧୭ରୁ ୨୧ ବର୍ଷର ଯୁବକଙ୍କୁ ସେନାରେ ୪ ବର୍ଷ ପାଇଁ ନିଯୁକ୍ତ ହେବେ । ଏହାମଧ୍ୟରୁ ୨୫ ପ୍ରତିଶତଙ୍କୁ ନିୟମିତ ଭାବେ ସେନାରେ କାମ କରିବାକୁ ସୁଯୋଗ ମିଳିବ । ଏହି ଯୋଜନାକୁ ନେଇ ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ସରକାର ଜୁନ ୧୬ରେ ଏହି ଯୋଜନାରେ ସାମିଲ ପାଇଁ ସର୍ବାଧିକ ବୟସସୀମାକୁ ୨୩ କରିଥିଲେ । ଏହାପରେ ଗୃହ ମନ୍ତ୍ରାଳୟ ଅର୍ଦ୍ଧସୈନିକ ବଳ ଓ ପ୍ରତିରକ୍ଷା ବିଭାଗ ନିୟ ମନ୍ତ୍ରାଳୟରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବେ ବୋଲି ଘୋଷଣା କରିଥିଲେ ।