ମନୋସ୍କମନା ପୂର୍ତ୍ତି ପାଇଁ ପ୍ରତ୍ୟେକ ସୋମବାର କରନ୍ତୁ ଶିବଙ୍କର ଏହି ଉପାୟ
ହିନ୍ଦୁ ପଞ୍ଚାଗ ଅନୁସାରେ ସୋମବାର ହେଉଛି ଭଗବାନ ଶିବଙ୍କ ଦିନ । କୁହାଯାଏ ଭଗବାନ ଶିବଙ୍କ ପୂଜା କରିବା ଦ୍ୱାରା ବ୍ୟକ୍ତିଙ୍କର ସମସ୍ତ ଦୁଃଖ ଦୂର ହୋଇଥାଏ । ଇତି ମଧ୍ୟରେ ଯଦି କୌଣସି ବ୍ୟକ୍ତି ନିୟମିତ ଭଗବାନ ଶିବଙ୍କୁ ପୂଜା କରି ପାରୁ ନାହାନ୍ତି କିନ୍ତୁ ସେ ଯଦି କେବଳ ସୋମବାର ଦିନ ପୂଜା କରୁଛନ୍ତି ତେବେ ତାଙ୍କ ଭାଗ୍ୟ ଉଜ୍ଜଳ ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ସୋମବାରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣାଇବା ଦ୍ୱାରା ବ୍ୟକ୍ତିଙ୍କର ସମସ୍ତ ମନୋସ୍କାମନା ପୁରଣ ହୋଇଯାଇଥାଏ ।
ସର୍ବପ୍ରଥମେ ସୋମବାର ଦିନ ବ୍ରତର ସଂକଳ୍ପ ନେଇ ମନ୍ଦିରକୁ ଯାଆନ୍ତୁ । ଏହାପରେ ଶିବଲିଙ୍ଗ ଉପରେ ଜଳ କିମ୍ବା ଖୀର ଚଢାଇ ‘ଓଁ ମହାଶିବାୟ ସୋମାୟ ନମଃ’ ଜପନ୍ତୁ ।
ଭଗବାନ ଶିବଙ୍କୁ ଗାଇ ଖୀର ଅର୍ପଣ କରନ୍ତୁ । କୁହାଯାଏ ଏହି ଉପାୟ କରିବା ଦ୍ୱାରା ତନ, ମନ , ଧନ ଏବଂ କଳହ ର ସମାଧନ ହୋଇଥାଏ ।
ସେହିପରି ଚାକିରୀ ଏବଂ ବ୍ୟବସାୟିକ କ୍ଷେତ୍ରରେ ଯଦି କୌଣସି ସମସ୍ୟା ରହିଛି, ତେବେ ସୋମବାର ଦିନ ସନ୍ଧ୍ୟାରେ ଭଗବାନ ଶିବଙ୍କୁ ମହୁ ଅର୍ପଣ କରନ୍ତୁ । ମହୁ ଅର୍ପଣ କରିବା ପରେ ଭଗବାନଙ୍କୁ ଜଳ ସ୍ନାନ କରାନ୍ତୁ । ଏହାପରେ ଶିବଙ୍କୁ ଲାଲ ଚନ୍ଦନ ଲଗାଇ ଶୃଙ୍ଗାର କରାନ୍ତୁ । ପ୍ରକୃତରେ ଚନ୍ଦନ ଶୀତଳର ପ୍ରତୀକ । ସେଥିପାଇଁ ମାନ୍ୟତା ରହିଛି କି ଶିବଙ୍କୁ ଚନ୍ଦନ ଲାଗି କରିବା ଦ୍ୱାରା ଜୀବନରେ ସୁଖ ଓ ଶାନ୍ତିର ବର୍ଷା ହୋଇଥାଏ ।
ଏହି ଉପାୟ କରିବା ପରେ ଭଗବାନ ଶିବଙ୍କୁ ଗନ୍ଧ, ଅକ୍ଷତ, ଫୁଲ ଏବଂ ନୈବେଦ୍ୟ ଅର୍ପଣ କରି ଆଳତୀ କରନ୍ତୁ । ଏହାପରେ ଶିବଙ୍କଠାରେ ଚଢାଯାଇଥିବା ଖୀର, ମହୁକୁ ଚରଣାମୃତ ରୂପେ ଗ୍ରହଣ କରନ୍ତୁ ଏବଂ ଚନ୍ଦନ ଲଗାଇ ସମସ୍ତ ମନୋସ୍କାମନା ପୁରଣ କରିବା ପାଇଁ ପ୍ରାର୍ଥନା କରନ୍ତୁ ।