ଭିଜିଲାନ୍ସ ଜାଲରେ ଜଳେଶ୍ଵର ବିଡିଓ, ୫ଟି ସ୍ଥାନରେ ଚଢ଼ାଉ
ବାଲେଶ୍ଵର : ବାଲେଶ୍ଵର ଜିଲା ଜଳେଶ୍ବର ବିଡିଓ ଅଶ୍ବିନୀ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାପଡିଛି । କଟକ ଡିଭିଜନ ଭିଜିଲାନ୍ସର ୫ଜଣିଆ ଟିମ ଚଢ଼ାଉରେ ସାମିଲ ହୋଇଛନ୍ତି । ଆଜି ଭୋରରୁ ବିଡିଓଙ୍କ ସରକାରୀ ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଡିଭିଜନର ୫ଜଣିଆ ଭିଜିଲାନ୍ସ ଟିମ୍ ଭୋରରୁ ବିଡ଼ିଓଙ୍କ ସରକାରୀ ବାସଭବନରେ ରେଡ୍ କରିଛନ୍ତି। ଅନୁଗୋଳ ଡ଼ିଏସପି ସୋମନାଥ ବାରିକଙ୍କ ନେତୃତ୍ୱରେ ଜଣେ ଇନିସପେକ୍ଟର, ଏସ୍ଆଇ, ଏଏସ୍ଆଇ, ମହିଳା କନେଷ୍ଟେବଳଙ୍କ ସମେତ ମୋଟ ୫ଜଣିଆ ଟିମ୍ ଜଳେଶ୍ୱରରେ ଚଢ଼ାଉ କରିଛନ୍ତି । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି ।ସୂଚନା ଯେ, ସେ ପୂର୍ବରୁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାରେ ବିଡ଼ିଓ ଥିଲେ । ଏକାସାଙ୍ଗରେ କେନ୍ଦ୍ରାପଡାରେ ଥିବା ପୈତୃକ ଘର, କଟକ ଶ୍ବଶୁର ଘର ସମେତ ଆଉ ଦୁଇଟି ଜାଗାରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିବା ଜଣାପଡିଛି।